ଅପରାଧଓଡ଼ିଶା

ବିଚାରପତିଙ୍କ ଆତ୍ମହତ୍ୟା

କଟକ: ବିଚାରପତିଙ୍କ ଆତ୍ମହତ୍ୟା। କଟକ ପକ୍ସୋ କୋର୍ଟର ବିଚାରପତିଙ୍କ ଆତ୍ମହତ୍ୟା। ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ତଦନ୍ତ କରୁଛି।

କଟକ ପକ୍ସୋ କୋର୍ଟର ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଛନ୍ତି। ସିଡିଏର ସେକ୍ଟର-୯ ସ୍ଥିତ ତାଙ୍କ କ୍ବାଟର୍ସରେ ସେ ଆତ୍ମହତ୍ୟା କରିଛନ୍ତି। କ୍ବାଟର୍ସରୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଛି।  ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବିଚାରପତି ବିହାରୀ। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ମୃତ ଘୋଷଣା କରିଛନ୍ତି ଡାକ୍ତର।

ତେବେ ଜଣେ ବିଚାରପତି ଆତ୍ମହତ୍ୟା କରିବାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ଲୋକେ। ଏହି ଖବର ଜଣାପଡିବା ପରେ ସିଡିଏସ୍ଥିତ ତାଙ୍କ କ୍ବାଟର୍ସ ନିକଟରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କେଉଁ କାରଣରୁ ସେ ଏତେ ବଡ ପଦକ୍ଷେପ ନେଇଛନ୍ତି ତାହା ଜଣାପଡି ନ ଥିବା ବେଳେ ପୁଲିସ ତାଙ୍କ ମୃତଦେହ ଜବତ କରିଛି।

ତଦନ୍ତ ପରେ ମୃତ୍ୟୁର କାରଣ ମିଳିବ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published.

Back to top button