ଅପରାଧ

୩୦ ବର୍ଷ ପରେ ବୌଦ୍ଧ ଭିକ୍ଷୁ ଭାବେ ଆତ୍ମଗୋପନ କରିଥିବା ଅଭିଯୁକ୍ତ ଗିରଫ

ଲକ୍ଷ୍ନୌ: ହତ୍ୟାକାଣ୍ଡର ୩୦ ବର୍ଷ ପରେ ହତ୍ୟାକାରୀ ଗିରଫ। ଫେରାର ହତ୍ୟାକାରୀ ୩୦ ବର୍ଷ ଧରି ବୌଦ୍ଧ ଭିକ୍ଷୁ ଭାବେ ସେ ଆତ୍ମଗୋପନ କରିଥିଲା। ଶେଷରେ ଉତ୍ତର ପ୍ରଦେଶର ଫରୁଖାବାଦରୁ ସୋମବାର ଦିନ ତାକୁ ଗିରଫ କରିଛି ପୁଲିସ। ୧୯୯୧ର ଏକ ସାମୂହିକ ହତ୍ୟା ଘଟାଇ ସେ ଫେରାର ହୋଇଯାଇଥିଲା।

୧୯୯୧ ମସିହାରେ ଆଗ୍ରାର ଲକ୍ଷନପୁର ଅଞ୍ଚଳରେ ଏକ ପ୍ରେମ ବ୍ୟାପାରକୁ ନେଇ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୂର୍ବରୁ ୩ ଜଣଙ୍କୁ ଜେଲ ହୋଇଥିଲା, କିନ୍ତୁ ପରେ ସେମାନେ ଜାମିନରେ ମୁକୁଳି ଯାଇଥିଲେ। କିନ୍ତୁ ରାମ ସେବକ ଓ କିଶୋରି ଲାଲ ନାମକ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ରାମ ସେବକ ଫେରାର ହେବା ପରେ ବୌଦ୍ଧ ଭିକ୍ଷୁ ଭାବେ ୩୦ ବର୍ଷ ଧରି ଆତ୍ମଗୋପନ କରିଥିଲା। ହେଲେ ସୋମବାର ରାତିରେ ତାକୁ ପୁଲିସ ଫାରୁଖାବାଦ ବସଷ୍ଟାଣ୍ଡରୁ ଗିରଫ କରିଛି।

ଘଟଣା ପରେ ସେ ଦିଲ୍ଲୀ ଚାଲିଯାଇଥିଲା। ସେଠାରେ ସେ ବୌଦ୍ଧ ଧର୍ମ ଗ୍ରହଣ କରି ଜଣେ ବୌଦ୍ଧ ଭିକ୍ଷୁ ଭାବେ ଜୀବନ ଅତିବାହିତ କରିଥିଲା। ସେ ତାର ନାମ ଓ ପରିଚୟ ମଧ୍ୟ ବଦଳାଇଦେଇଥିଲା ବୋଲି ପଚରା ଉଚରାରୁ ପୁଲିସ ଜାଣିବାକୁ ପାଇଛି।

Related Articles

Leave a Reply

Your email address will not be published.

Back to top button