ଅପରାଧ

ଟିକ୍ରାପଡା ଦେଓଗାଁ ଯୁବକଙ୍କୁ ହତ୍ୟା ଘଟଣା, ୨ ଅଭିଯୁଙ୍କୁ ଗିରଫ ଓ କୋର୍ଟ  ଚାଲାଣ।

ଟିଟିଲାଗଡ : ଗତ ୨୧ ତାରିଖ ବିଳମ୍ବିତ ରାତ୍ରୀ ରେ ସଇଁନ୍ତଲା ଥାନା ଅନ୍ତର୍ଗତ ଟିକ୍ରାପଡ଼ା ଫାଣ୍ଡି ଅଧିନସ୍ଥ ଦେଓଗାଁ ଗୋଷ୍ଠି କେନ୍ଦ୍ର ନିକଟରେ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ଦେଓଗାଁ ଗ୍ରାମ ର ବୁଦ୍ଧଦେବ ନାଗ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ । ଏହି ଘଟଣା କୁ ଆଧାର କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ଙ୍କ ନେତୃତ୍ଵରେ ପୋଲିସ ଏହାର ତଦନ୍ତ ଜାରିରଖିଥିଲେ । ତେବେ ଘଟଣା ରେ ସମ୍ପୃକ୍ତ ଥିବା ନେଇ ଉକ୍ତ ଗାଁ ର ଦୁଇ ଅଭିଯୁକ୍ତ ଦେବାଶିଷ ବେଟକ ଓ ନକୁଲ ନାଗ ଙ୍କୁ ସଇଁନ୍ତଲା ଥାନା ରେ ଅଟକ ରଖି ପଚରାଉଚରା କରିଥିବା ବେଳେ ଘଟଣା ରେ ଦୁଇ ଜଣ ସମ୍ପୃକ୍ତ ଥିବା ନେଇ ଜଣା ପଡିଥିଲା । ଏନେଇ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସଇଁନ୍ତଲା ଥାନା ରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ପ୍ରକାଶ କରିଥିଲେ । ବୁଧବାର ସନ୍ଧ୍ୟା ରେ ଦୁଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତ ଙ୍କୁ ଉପକାରାଗାର ପଠାଯାଇଛି l

Related Articles

Leave a Reply

Your email address will not be published.

Back to top button