ଅପରାଧ
ବିଜାପୁରରେ ପୁଣି ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ରେ ଉପସ୍ଥିତି ଜାହିର କରିଛନ୍ତି ନକ୍ସଲ। ବିଜାପୁର ଜିଲ୍ଲାର ଭେରମଗଡ ବ୍ଲକର ନକ୍ସଲ ପ୍ରବଣ ଅଂଚଳକୁ ମେଡିକାଲ ଟିମ ଯାଇଥିବା ବେଳେ ସେମାନଙ୍କର ଡଙ୍ଗାକୁ ନକ୍ସଲ ଲୁଟି ନେଇଥିବା ଜଣାପଡିଛି। ଇନ୍ଦ୍ରାବତୀ ନଦୀର ଅନ୍ୟପଟେ ରହିଥିବା ଏକ ଗାଁରେ ୨୫ ଜଣ ଫସି ରହିଥିବା ପୁଲିସ କହୁଛି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସରପଞ୍ଚ, ଜଣେ ବିଏମଓ, ଜଣେ ସିଏମଏଚଓ ମଧ୍ୟ ରହିଛନ୍ତି।
ନକ୍ସଲ ପୁଣି ନିଜର ଅସଲି ପରିଚୟ ଦେଖାଇଛନ୍ତି । ସ୍ବାସ୍ଥ୍ୟକର୍ମୀଙ୍କ ଠାରୁ ବଳପୂର୍ବକ ମଟର ବୋଟ ନକ୍ସଲମାନେ ଛଡାଇ ନେଇଥିବା ପୁଲିସ କହିଛି। ତେବେ ଆଶ୍ବସ୍ତିର ବିଷୟ ଅପହୃତଙ୍କୁ ନକ୍ସଲ ହଇରାଣ କରିନଥିବା ଜଣାପଡିଛି। ବର୍ତ୍ତମାନ ପୁଲିସ ଏମାନଙ୍କୁ ସୁରକ୍ଷିତ ଆଣିବାକୁ ଚେଷ୍ଟା ଚଳାଇଛି।