ଜାତୀୟ

୨,୦୦୦ ଟଙ୍କିଆ ନୋଟ୍ ଉପରେ କଂଗ୍ରେସ ଉଠାଇଲା  ପ୍ରଶ୍ନ

ନୂଆଦିଲ୍ଲୀ : ୨,୦୦୦ ଟଙ୍କା ନୋଟ ବନ୍ଦ କରିବା ନେଇ  କଂଗ୍ରେସ ଦଳ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଏବଂ ଏହାକୁ ଦ୍ୱିତୀୟ ବିମୁଦ୍ରୀକରଣ ବୋଲି କହିଛି ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଶନିବାର ଦିନ  ଟ୍ୱିଟ୍ କରି କହିଛନ୍ତି ଯେ ବିମୁଦ୍ରୀକରଣ ସହିତ କେନ୍ଦ୍ର ସରକାର ଅର୍ଥନୀତିରେ ଗଭୀର କ୍ଷତି ସୃଷ୍ଟି କରିଛନ୍ତି । ଯେଉଁଥିପାଇଁ ସମଗ୍ର ଅସଂଗଠିତ କ୍ଷେତ୍ର ନଷ୍ଟ ହୋଇଯାଇଥିଲା । ଛୋଟ ବ୍ୟବସାୟ ସ୍ଥିର ହୋଇଗଲା ଏବଂ କୋଟି କୋଟି ଲୋକ ଚାକିରି ହରାଇଲେ ।

ଖଡଗେ କହିଛନ୍ତି ଯେ କେନ୍ଦ୍ର ସରକାର ବର୍ତମାନ ୨୦୦୦ ଟଙ୍କିଆ ନୋଟ୍ର ଦ୍ୱିତୀୟ ବିମୁଦ୍ରୀକରଣ କରୁଛନ୍ତି । ଏହା ଏକ ଭୁଲ ନିଷ୍ପତି ଉପରେ ଆବରଣ ନୁହେଁ କି ।  ସେ କହିଛନ୍ତି ଯେ ଏହି ପ୍ରସଙ୍ଗରେ ନିରପେକ୍ଷ ଯାଂଚ  ହେବା ଉଚିତ ତେବେ ସତ୍ୟ ପଦାକୁ ଆସିବ ।

ସୂଚନାଯୋଗ୍ୟ ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ସିଷ୍ଟମରୁ ୨୦୦୦ ଟଙ୍କା ନୋଟ ପ୍ରତ୍ୟାହାର କରିବାକୁ ନିଷ୍ପତି ନେଇଛି । ବର୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ୨୦୦୦ ଟଙ୍କା ନୋଟ୍ ଛାପିବ ନାହିଁ ଏବଂ ପୁରୁଣା ୨୦୦୦ ଟଙ୍କିଆ ନୋଟ୍ ବଦଳାଇବା  ପାଇଁ ସେପ୍େଟମ୍ବର ୩୦ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button