
ନୂଆଦିଲ୍ଲୀ: ଅଭିନେତ୍ରୀ ଜାକଲିନ ଫର୍ନାଡିସଙ୍କୁ ଆଶ୍ବସ୍ତି। ଦିଲ୍ଲୀର ପଲିୟାଲା ହାଉସ କୋର୍ଟରୁ ଜାକଲିନଙ୍କୁ ମିଳିଲା ଅନ୍ତରୀଣ ଜାମିନ। ୫୦ ହଜାର ଟଙ୍କା ମୁଚାଲିକା ଉପରେ ଏହି ଜାମିନ ପ୍ରଦାନ କରାଯାଇଛି। ଏହା ମଧ୍ୟରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଓକିଲଙ୍କ କପଡା ପିନ୍ଧି ଅନ୍ୟ ଓକିଲଙ୍କ ସହ କୋର୍ଟରୁ ବାହାରକୁ ବାହାରୁଛନ୍ତି। ତାଙ୍କୁ କେହି ଚିହ୍ନି ନ ପାରନ୍ତୁ ସେଥିପାଇଁ ଏପରି ଉପାୟ କରାଯାଇଛି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୨କୁ ପଟିଆଲା କୋର୍ଟରେ ହେବ। ସୋମବାର ଦିନ ଜାକଲିନଙ୍କ ଜାମିନ ଆବେଦନର ଶୁଣାଣି ସହ ପିଙ୍କି ଇରାନୀଙ୍କ ଶୁଣାଣି ମଧ୍ୟ ହୋଇଛି।
ସୁକେଶ ଚନ୍ଦ୍ରଶେଖରଙ୍କ ସହ ସମ୍ବନ୍ଧିତ ୨୦୦ କୋଟି ଟଙ୍କାର ଧନ ଶୋଧିତ ମାମଲାରେ ଜ୍ୟାକଲିନଙ୍କୁ ଅନ୍ତରିମ ଜାମିନ ଦିଆଯାଇଛି। ଏହା ପୂର୍ବରୁ ୩୧ ଅଗଷ୍ଟରେ ଜଷ୍ଟିସ ପ୍ରବୀଣ ସିଂହ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦ୍ବାରା ଦାଖଳ ଏକ ପୂରକ ଅଭିଯୋଗ ପତ୍ରର ସଂଜ୍ଞାନ ନେଇ ଫର୍ନାଡିଜଙ୍କୁ କୋର୍ଟଙ୍କ ସମ୍ମୁଖରେ ହାଜର ହେବାକୁ କହିଥିଲେ।