ଅପରାଧକୋର୍ଟଜାତୀୟ

୫ ଦିନି ପୁଲିସ ରିମାଣ୍ଡକୁ ଗଲା ଜଲ୍ଲାଦ ପ୍ରେମିକ

ନୂଆଦିଲ୍ଲୀ: ଜଲ୍ଲାଦ ପ୍ରେମିକ ଅଫତାବ୍ ଅମିନ ପୁନାୱାଲାର ଖୋଲିଛି ଗୋଟିଏ ପରେ ଗୋଟିଏ ଗୁମର। ଆଜି ପୁନାୱାଲାର ରିମାଣ୍ଡ ସରିଥିବାବେଳେ ଅଫତାବର ରିମାଣ୍ଡକୁ ପୁଣି ୫ ଦିନ ପାଇଁ ବୃଦ୍ଧି କରିଛନ୍ତି କୋର୍ଟ। ଅଫତାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଆଇନଜୀବୀ ମାନେ ଦାବି କରିଛନ୍ତି।

ଅଫତାବର ରିମାଣ୍ଡ ଆଜି ସରିଥିବାବେଳେ ରିମାଣ୍ଡକୁ ପୁଣି ୫ ଦିନ ପାଇଁ ବୃଦ୍ଧି କରିଛନ୍ତି କୋର୍ଟ। ପୁଣି ଅଫତାବକୁ ରିମାଣ୍ଡରେ ନେଇ ତଥ୍ୟ ଉଗାଳିବାକୁ ଚେଷ୍ଟା କରିବ ପୋଲିସ। ଭିଡିଓ କନଫରେନସିଂ ଜରିଆରେ ପ୍ରେମିକା ଶ୍ରଦ୍ଧା ୱାଲକର ହତ୍ୟା ମାମଲାକୁ ନେଇ ସାକେତ କୋର୍ଟରେ ପ୍ରେମିକ ଅଫତାବକୁ ହାଜର କରାଯାଇଥିଲା। ଅନୁସନ୍ଧାନରେ ପୋଲିସ ଏପର୍ଯ୍ୟନ୍ତ ଯାହା ପାଇଛି ତାହା କୋର୍ଟରେ ଉପସ୍ଥାପନ କରିଥିଲା। ଅଫତାବର ନାର୍କୋ ଟେଷ୍ଟ ଲାଗି ମଧ୍ୟ କୋର୍ଟଙ୍କ ପକ୍ଷରୁ ମିଳିଛି ଗ୍ରୀନ ସିଗନାଲ।  ନାର୍କୋ ପରୀକ୍ଷା ଲାଗି ଅଫତାବ ମଧ୍ୟ ସମ୍ମତି ଦେଇଛି। ସେପଟେ ଦିଲ୍ଲୀ ପୋଲିସ ଅଫତାବକୁ ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶକୁ ନେବାକୁ ଚାହୁଁଛି। ଉଭୟ ଶ୍ରଦ୍ଧା ଏବଂ ଅଫତାବ ଏହି ଦୁଇଟି ରାଜ୍ୟ ପରିଦର୍ଶନ କରିଥିବାରୁ କିଛି ସୁରାକ ମିଳିପାରେ ବୋଲି ପୋଲିସ ଅନୁମାନ କରୁଛି।

ସେପଟେ ଶୁଣାଣି ପୂର୍ବରୁ ଶ୍ରଦ୍ଧା ହତ୍ୟାକାଣ୍ଡକୁ ନେଇ ସାକେତ କୋର୍ଟ ପରିସର ବାହାରେ ଦେଖିବାକୁ ମିଳିଥିଲା ଆଇନଜୀବୀଙ୍କ ନାରାବାଜି। ପ୍ରେମିକକୁ କଡା ଦଣ୍ଡ ଦେବାକୁ ସାକେତ କୋର୍ଟରେ ଅଫତାବ ବିରୋଧରେ ସ୍ଳୋଗାନ ଦେଇଥିଲେ ଆଇନଜୀବୀ, ଅଫତାବକୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କଲେ ଆଇନଜୀବୀ। ‘ଶ୍ରଦ୍ଧା ହତ୍ୟାକାରୀକୁ ଫାଶୀ’ ଦିଅ ନାରାରେ କମ୍ପି ଉଠିଥିଲା ସାକେତ କୋର୍ଟ। ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଦିନ ଯେତିକି ଗଡୁଛି, ସସପେନ୍ସ ସେତିକି ବଢୁଛି। ଦିଲ୍ଳୀ ପୋଲିସ ଲଗାତାର ଅଫତାବକୁ ପଚରାଉଚରା କରୁଛି। ପୋଲିସ ଏପର୍ଯ୍ୟନ୍ତ ଶ୍ରଦ୍ଧାଙ୍କ ମୁଣ୍ଡ , ମୋବାଇଲ ଫୋନ୍ ଏବଂ ହତ୍ୟାରେ ବ୍ୟବହୃତ ସାମଗ୍ରୀ ପାଇନାହିଁ। ପୋଲିସ କହିଛି ବୟାନ ବାରମ୍ୱାର ବଦଳାଉଛି ଅଫତାବ୍, ପୋଲିସ ଆଗରେ ମୁହଁ ଖୋଲିନି ଅଫତାବ୍। ହତ୍ୟାକୁ ନେଇ ଅନେକ କିଛି ଲୁଚାଉଛି ଜହ୍ଲାଦ ବୟଫ୍ରେଣ୍ଡ। ପ୍ରଥମେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା ତେଣୁ ସେ ତାଙ୍କୁ ହତ୍ୟା କରିଥିଲା ବୋଲି କହିଥିବାବେଳେ ଏବେ ଅଲଗା କିଛି କହିଛି ଅଫତାବ୍। ଯେତେବେଳେ ସେ କାହା ସହ ଫୋନରେ କଥା ହେଉଥିଲେ, ସେତେବେଳେ ଶ୍ରଦ୍ଧା ତାଙ୍କୁ ସନ୍ଦେହ କରୁଥିଲେ , ତେଣୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି କହିଛି ଅଫତାବ୍। ଅଫତାବର କଥାରେ ରହୁନି ତାଳମେଳ, ଯାହାକୁ ନେଇ ଦିନ ଗଡିବା ସହ ବଢୁଛି ସନ୍ଦେହ।

ଅନେକ ଡେଟିଂ ଆପ୍ ରେ ମଧ୍ୟ ଅଫତାବ ଆକ୍ଟିଭ ଥିବା ପୋଲିସକୁ ସୁରାକ ମିଳିଛି। ଖାଲି ଶ୍ରଦ୍ଧା ନୁହେଁ ଅଫତାବର ଥିଲା ଅନେକ ଗର୍ଲଫ୍ରେଣ୍ଡ। ଡେଟିଂ ଆପ୍ ଜରିଆରେ ଅଧିକାଂଶ ଯୁବତୀ ଅଫତାବ ସହ ଯୋଗାଯୋଗରେ ଆସିଥିଲେ। କିଛି ଦିନ ତଳେ ଅଫତାବ ଅନେକ ସିମ୍ ର ବ୍ୟବହାର କରିଥିଲା ଓ ବାରମ୍ୱାର ସିମ୍ ବଦଳାଉଥିଲା। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅଫତାବ ନିଜର ପୁରୁଣା ଫୋନକୁ ଅନଲାଇନ କମ୍ପାନୀ OLX ରେ ବିକ୍ରି କରିଦେଇଥିଲା। ପୋଲିସ ଏହି ଫୋନକୁ ରିକଭରି କରିବା ପାଇଁ ପ୍ରୟାସ ଚଳାଇଛି। ଫଳରେ ଆହୁରି କିଛି ତଥ୍ୟ ଲାଗିବ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button