ଅପରାଧ

ବିଜେପି ସଂଖ୍ୟାଲଘୁ ମହିଳା ଅଧକ୍ଷାଙ୍କ ଉପରେ ଆକ୍ରମଣ

ମୁମ୍ଭାଇର ବିଜେପି ସଂଖ୍ୟାଲଘୁ ମହିଳା ପ୍ରଦେଶ ଅଧକ୍ଷା ସୁଲତାନା ଖାନ୍ କୁ ରବିବାର ରାତିରେ ଆକ୍ରମଣ ହୋଇଛି । ସୁଲତାନାଙ୍କ ଉପରେ କିଛି ଅଜଣା ଯୁବକ ଆକ୍ରମଣ କରିଥିଲେ ସେହି ସମୟରେ ସେ ତାଙ୍କ ସ୍ୱାମୀଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯାଉଥିଲେ । ସେତେବେଳେ ପାଖାପାଖି ରାତି ୧୧ ଟା ହୋଇଥିଲା । ଏହି ସମୟରେ କିଛି ଯୁବକ କାରରେ ଆସି ରାସ୍ତା ଉପରେ କାର ଅଟକାଇ ଅତର୍କିତ ଊାବରେ ଆକ୍ରମଣ କରିଥିଲେ । ତାଙ୍କ ସ୍ୱାମୀଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଳଜ କରିଥିଲେ । ଆହତ ବିଜେପି ନେତ୍ରୀଙ୍କ କହିବା ଅନୁସାରେ ରାତି ପାଖାପାଖି ୧୧ ଟା ସମୟରେ ସେ ତାଙ୍କ ସ୍ବାଣୀ ଙ୍କ ସହ ଡାକ୍ତରଙ୍କୁ ଭେଟିବା ପାଇଁ ଯାଉଥିଲେ ମୀରା ରୋଡ ନିକଟରେ ରାସ୍ତା ମଝିରେ କାର ଆଗରେ ବାଇକ ରଖି କାରକୁ ଅଟକାଇଥିଲେ ।

କିଛି ବୁଝିବା ଆଗରୁ ଦୁର୍ବୁର୍ତ୍ତ ଧାରୁଆ ଅସ୍ତ୍ରରେ ସୁଲତାନାଙ୍କୁ ଆକ୍ରମଣ କରିଥିଲେ । ବିକଳରେ ତାଙ୍କ ସ୍ବାମୀ ଚିତ୍କାର କରିବାରୁ ଲୋକ ଜମା ହୋଇଯାଇଥିଲେ । ଦୁର୍ବୁର୍ତ୍ତ ଖସିପଳାଇଥିଲେ ସୁଲତାନାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ପାଖ ଇନ୍ଦିରାଗାନ୍ଧୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ପୋଲିସ ଷ୍ଟେଟମେଣ୍ଟ ପାଇଁ ପହଞ୍ଚିଥିଲେ ବି ସୁଲତାନା ଆହତ ହୋଇଥିବା କାରଣରୁ କିଛି କହିବା ପରିସ୍ଥିତିରେ ନଥିଲେ । ବର୍ତ୍ତମାନ ଯାଏଁ ଦୁର୍ବୁର୍ତ୍ତଙ୍କ ପରିଚୟ ମିଳିପାରିନାହିଁ ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Check Also
Close
Back to top button