ଅପରାଧବିଶ୍ୱ

ଦମ୍ପତ୍ତି କରୁଥିଲେ ଚୋରାଚାଲାଣ,,,ଧରାପଡିଲା ୪୫ ଟି ବନ୍ଧୁକ

ଭିଏତନାମରୁ ଦିଲ୍ଲୀ ବନ୍ଧୁକ ଚୋରାଚାଲାଣ ହେଉଥିବା ବେଳେ ବିମାନବନ୍ଦରରେ ଧରାପଡିଲେ ଦମ୍ପତ୍ତି । ଭିଏତନାମର ଦମ୍ପତ୍ତି ୪୫ ଟି ବନ୍ଧୁକ ଦୁଇଟି ବ୍ୟାଗରେ ନେଇ ଆସୁଥିବା ବେଳେ ବିମାନ ବନ୍ଦରର ଇମିଗ୍ରେସନରେ ଧରାପଡିଲେ । ଏହି ବନ୍ଧୁକ ଅସଲି ଓ କାର୍ଯ୍ୟକ୍ଷମ ବୋଲି ଏନଏସଜି ପକ୍ଷରୁ କୁହାଯାଇଛି । ୪୫ ଟି ବନ୍ଧୁକ ଦାମ ୨୨ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଏହି ଦମ୍ପତ୍ତି ମଧ୍ୟ୍ୟ ପୁର୍ବରୁ ୨୫ ଟି ବନ୍ଧୁକ ଚୋରାଚାଲାଣ କରିତିବା ସ୍ୱୀକାର କରିଛନ୍ତି । ଯାହାର ମୁଲ୍ୟ ୧୨ ଲକ୍ଷ ଟଙ୍କା ଥିଲା । ଦମ୍ପତ୍ତିଙ୍କୁ ପଚରାଉଚୁରା ଜାରି ରହିଥିବା ବେଳେ ଏହା ପଛରେ ବଡ ରାକେଟ କାମ କରୁଛି ବୋଲି ସନ୍ଦେହ କରାଯାଉଛି । ଏହି ବନ୍ଧୁକ କଣ ପାଇଁ ନେଉଥିଲେ କାହା ପାଖକୁ ନେଉଥିଲେ ଓ ନେବା ପଛରେ କଣ ଉଦ୍ଦେଶ୍ୟ ରହିଛି ତାହା ତଦନ୍ତ ହେଲେ ସଠିକ ଜଣାପଡିବ । ବର୍ତ୍ତମାନ ସୁଦ୍ଧା ନିର୍ଦ୍ଦିଷ୍ଠ କାରଣ ଜଣାପଡିନାହିଁ । ତଦନ୍ତ ଜାରି ରହିଛି ।

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button