ଅପରାଧ

ବଢୁଛି ଗିରଫ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅଡୁଆ

ବଢୁଛି ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଅଡୁଆ । ସେ କେତକ ରୋଗରେ ଆକ୍ରାନ୍ତ ଅଛନ୍ତି । ମାତ୍ର ହସପିଟଲାରେ ଭର୍ତ୍ତି ହେବାର ଆବଶ୍ୟକତା ନାହିଁ ବୋଲି କହିଛି ଭୁବନେଶ୍ବର ଏମସ୍ କର୍ତ୍ତୁପକ୍ଷ । ଏମସ୍ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାଶ କରିଛନ୍ତି ପାର୍ଥଙ୍କ କ୍ଷେତ୍ରରେ ସବିଶେଷ ପରୀକ୍ଷା ନୀରିକ୍ଷା କରାଯାଇଛି ମାତ୍ର ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ଥିବା ଜଣାପଡିନଥିଲା । କଲିକତା ହୋଇକୋର୍ଟ ପାର୍ଥଙ୍କୁ ହସପିଟାଲରେ ଭର୍ତ୍ତି ହେବା ଲାଗି ନିର୍ଦ୍ଦେଶ ଦେବା ପରେ ଏୟାର ଆମ୍ଭୁଲାନସରେ ଭୁବନେଶ୍ବର ଏମ୍ସ ଅଣାଯାଇଥିଲା ।

ଭିସି ଜରିଆରେ ହୋଇଥିହା ଶୁଣାଣୀରେ ପାର୍ଥ ହାଜର ହୋଇଥିବା ଜଣାପଡିଛି । ସେପଟେ ପାର୍ଥଙ୍କ ମାମାଲାର ମୁହଁ ଖୋଲିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ । ସେ କହିଛନ୍ତି ଦୁର୍ନିତି ଓ ଅନୀତିକୁ ପ୍ରଶୟ ଦିଆଯିବ ନାହିଁ । ଦୁର୍ନିତି ମାମଲାରେ ଯଦି ପାର୍ଥଙ୍କୁ ଆଜୀବନ କାରଦଣ୍ଡ ମିଳିବ ମମତାଙ୍କର କିଛି କହିବାର ନାହିଁ । ବିଭିନ୍ନ ସଂସ୍ଥା ଜରିଆରେ ବିଜେପି ଯଦି ଟିଏମସିକୁ ଭାଙ୍ଗିବାକୁ ଚେଷ୍ଟା କରୁଥାଏ ତେବେ ତାହା ଭୁଲ ବୋଲି ମମତା କହିଛନ୍ତି ।

ଗତ ଶନିବାର ପାର୍ଥଙ୍କ ସହଯୋଗୀ କୁହାଯାଉଥିବା ଅର୍ପିତା ଚାଟାର୍ଜୀଙ୍କ ଘରୁ ୨୦ କୋଟି ଟଙ୍କା ଜବତ ହେବା ପରେ ପାର୍ଥଙ୍କୁ ଗରିଫ କରାଯାଇଥିଲା ଗିରଫ ହେବା ପରେ ପାର୍ଥ ମମତା ବାନାର୍ଜୀଙ୍କୁ ତିନି ଥର ଫୋନ କରିଥିଲେ । ମାତ୍ର ଏହାକୁ ମମତା ଗ୍ରହଣ କରିନଥିବା କୁହାଯାଇଛି । ସେପଟେ ଜେରା ବେଳେ ଗିରଫ ହୋଇଥିବା ଅର୍ପିତା କରିଛନ୍ତି ଟଙ୍କାର ଖୁଲାସା । ଅର୍ପିତାଙ୍କ ଏହି ମନ୍ତବ୍ୟ ପରେ ପାର୍ଥଙ୍କ ଆଡୁଆ ବଢ଼ାଇ ଦେଇଛି l

  • ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ

Related Articles

Leave a Reply

Your email address will not be published.

Back to top button