ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

Spread the love

ଭୁବନେଶ୍ୱର : ନୟାଗଡ ଜିଲ୍ଲାର ଗଣିଆ ତହସିଲର ଅତିରିକ୍ତ ତହସିଲଦାର ବନମାଳୀ ପରିଡା ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଜବତ କରାଯାଇଥିବା ଏକ ବାଲି ଟ୍ରକ ଛାଡିବାକୁ ସେ ୧୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଆଜି ପ୍ରଥମ କିସ୍ତିରେ ୧୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ବିଭାଗର କର୍ମଚାରୀ ମାନେ ତାଙ୍କୁ ଧରିଥିଲା । ଏ ସମ୍ପର୍କରେ ଏକ ମାମଲା ରୁଜୁ କରାଯାଇ ଏହାର ଜାଞ୍ଚ କରାଯାଉଛି ।

Leave a Reply

Your email address will not be published. Required fields are marked *