ଅପରାଧ

ସ୍ମାର୍ଟ ଫୋନ ନିର୍ମାତା ଭିଭୋ କମ୍ପାମୀ ଉପରେ ଇଡିର ଚଢାଉ

ସ୍ମାର୍ଟ ଫୋନ ନିର୍ମାତା ଭିଭୋ କମ୍ପାମୀ ଉପରେ ଇଡିର ଚଢାଉ । ୧୧୯ ଟି ଖାତାରେ ରହିଛି ୪୬୫ କୋଟି ଟଙ୍କା । ଟିକସ ଫାଙ୍କିବାକୁ ଆୟର ୫୦ ପ୍ରତିଶତ ଚୀନ ପଠାଉଥିବା ଅଭିଯୋଗ ହୋଇଛି । ଦେଶ ଛାଡି ପଳାଇଥିବା ପୂର୍ବତନ ନିର୍ଦ୍ଦେଶଙ୍କୁ ଇଡି ଖୋଜୁଛି । ଇଡି ପ୍ରାୟ ୪୮ ଟି ସ୍ଥାନରେ ଚଢାଉ କରିଛି ।

ଭିଭୋର ୬୬ କୋଟି ଟଙ୍କାର ଏଫଡି , ୨ କେଜି ସୁନା ବାର୍ , ୭୩ ଲକ୍ଷ ଟଙ୍କାର ନଗଦ ଟଙ୍କା  ମଧ୍ୟ ଜବତ ହୋଇଛି । ଇଡି ଅଭିଯୋଗ କରିଛି ଯେ, ଟିକସ ଫାଙ୍କିବା ଲାଗି ଭିଭୋ ଇଣ୍ଡିଆ ଏହାର ମୋଟ କାରବାରର ୫୦ ପ୍ରତିଶତ ଚୀନକୁ ପଠାଇଛି । କମ୍ପାନୀର ବିକ୍ରି ରାଜସ୍ବ ୧,୨୫,୧୮୫ କୋଟି  ଟଙ୍କା ଥିଲା । ସେଥିରୁ ୬୨,୪୭୬ କୋଟି ଟଙ୍କା ମୁଖ୍ୟତଃ ଚୀନକୁ ପଠାଇଛି । ଭାରତରେ କମ୍ପାନୀ ବିପୁଳ କ୍ଷତିରେ ଚାଲୁଥିବା ଦର୍ଶାଇ ଟିକସ ଏଡାଇବାକୁ କମ୍ପାନୀ ଚୀନକୁ ଟଙ୍କା ପଠାଇଥିବା ଇଡି କହିଛି ।

ଭିଭୋ ବିରୋଧରେ ଚଳିତ ବର୍ଷ ଫେବ୍ରୁଆରୀ ଠାରୁ ତଦନ୍ତ ଚାଲିଛି । ଚୀନର ସଂସ୍ଥା ବିବେକ ଇଲୋକଟ୍ରୋନିକସର ଭାରତୀୟ ସଂସ୍ଥା ହେଉଛି ଭିଭୋ ମୋବାଇଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ । ଇଡି ପକ୍ଷରୁ ଭିଭୋ ଓ ଏହା ସହ ଯୋଡିହୋଇଥିବା ୨୩ ଟି କମ୍ପାନୀର ୪୮ ଠିକଣାରେ ଚଢାଉ କରାଯାଇଥିଲା । ଭାରତୀୟ ନିୟମକୁ କଡାକଡି ଭାବରେ ପାଳ କରି ଚଢାଉ କରାଯାଇଥିଲା । ଚୀନର କିଛି ନାଗରିକ ସେଥିରେ ସହଯୋଗ କରିନଥିଲେ । ସେମାନେ ଫେରାର ହୋଇଯିବା, ଡିଜିଟାଲ ଉପକରଣକୁ ବାହାର କରିବା ଓ ଲୁଚାଇବା କାମରେ ଲାଗିଥିବା  ଇଡି ସୁତ୍ରରୁ ଜଣାପଡିଛି ।

ଏହି ମାମାଲାରେ ବଳିଷ୍ଠ ପ୍ରମାଣ ଯୋଗାଡ କରିବା ପରେ ଇଡି ପକ୍ଷରୁ ବରିଷ୍ଠ ଅଧିକାରୀ ମାନଙ୍କୁ ସମନ ଜାରି କରାଯିବ । କିଛି ଅଧିକାରୀଙ୍କ ବିରୋଧରେ ଲୁକ୍ଆଉଟ ସର୍କୁଲାର ଜାରି କରିବା ଲାଗି ମଧ୍ୟ ଉଦ୍ୟମ ହେଉଛି । ଭାରତରେ ବହୁ ସଂଖ୍ୟକ ସଂସ୍ଥା ସ୍ଥାପନ କରିବା ପେର ୨୦୧୮ ରେ ଭିଭୋ ପୂର୍ବତନ ନିର୍ଦ୍ଦେଶକ ବିନ୍ ଲୋ ଭାରତଛାଡି ପଳାଇଛନ୍ତି । ତାଙ୍କୁ ଏବେ ଇଡି ଖୋଜୁଛି ।

ସ୍ମରଜିତ୍ ଆର୍ଯ୍ୟଙ୍କ ରିପୋର୍ଟ ନକ୍ଷତ୍ର ନ୍ୟୁଜ୍

Related Articles

Leave a Reply

Your email address will not be published.

Back to top button