ଧରାପଡ଼ିଲା ୫ ସ୍ତ୍ରୀଙ୍କ ସ୍ୱାମୀ। ପ୍ରେମିକା ସାଜି ଅଭିଯୁକ୍ତକୁ ଧରିଲା ମହିଳା ପୁଲିସକମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ସ୍ତ୍ରୀ ଙ୍କ ସ୍ୱାମୀ ସତ୍ୟଜିତ ସାମଲ। ଠକ ଜଣକ ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଇ ଫସାଉଥିଲା। ସତ୍ୟଜିତ ନିକଟରୁ ୨ ଲକ୍ଷ ୧୦ ହଜାର ଟଙ୍କା, ୩ଟି କାର, ବୁଲେଟ୍ ସହ ବିବାହ ସଂପର୍କିତ କିଛି କାଗଜପତ୍ର ଜବତ କରିଛି ପୁଲିସ।
ବନ୍ଧାହେଲା ରସିକିଆ ପ୍ରେମିକ। ରସିକିଆ ପ୍ରେମିକକୁ ଧରିବାକୁ ଗାଲଫ୍ରେଣ୍ଡ ସାଜିଲେ ମହିଳା ପୋଲିସ। ଏକାଧିକ ଯୁବତୀଙ୍କୁ ବିବାହ କରି ଲୁଟୁଥିଲା ଟଙ୍କା ମାଟ୍ରିମୋନିଆଲରେ ସମ୍ପର୍କ ତିଆରି କରି ବିବାହ ପାଇଁ ଦେଉଥିଲା ପ୍ରସ୍ତାବ। ଅଭିଯୁକ୍ତକୁ ଧରିଲା କ୍ୟାପିଟାଲ ଥାନା ପୋଲିସ। ଗିରଫ ଅଭିଯୁକ୍ତର ଜଣଙ୍କ ଯାଜପୁର ଜିଲ୍ଲାର ସତ୍ୟଜିତ ସାମଲ। କମିସନରେଟ ପୁଲିସର ‘ଅପରେସନ ମଜନୁ’ରେ ବନ୍ଧା ହେଲା ୫ସ୍ତ୍ରୀଙ୍କ ସ୍ୱାମୀ ସତ୍ୟଜୀତ । ଠକ ଜଣକ ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଇ ଫସାଉଥିଲା। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଅନ୍ୟପଟେ ଲାଇନରେ ଥିଲେ ଆହୁରି ୪୯ ମହିଳା ।
ଠକ ସତ୍ୟଜିତ ନାଁରେ ଭୁବନେଶ୍ୱର କ୍ୟାପିଟାଲ ଥାନାରେ ୨ଟି ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇଥିଲା ପୁଲିସ। ଜଣେ ମହିଳା ପୁଲିସଙ୍କ ସହ ଚାଟିଙ୍ଗ କରି ଅଭିଯୁକ୍ତକୁ ଦୁବାଇରୁ ଭୁବନେଶ୍ୱର ଡକାଯାଇଥିଲା। ଡେଟରେ ଦୁବାଇରୁ ଭୁବନେଶ୍ୱର ଆସିବା ପରେ ଅଭିଯୁକ୍ତକୁ ବାନ୍ଧିଛି ପୁଲିସ। ୩୪ ବର୍ଷୀୟ ଏହି ଯୁବକ ଚନ୍ଦ୍ରଶେଖପୁରରେ ରହନ୍ତି। ତାଙ୍କ ନିକଟରୁ ୨ଲକ୍ଷ ୧୦ହଜାର ଟଙ୍କା ସହ କାର, ବନ୍ଧୁକ, ଗୁଳି ଓ ବୁଲେଟ ସିଜ ହୋଇଛି। ଏହାସହ ୩ ବ୍ୟାଙ୍କ ଆକାଉଣ୍ଟ ସହ ଏଗ୍ରିମେଣ୍ଟ ପେପର ସିଜ ହୋଇଛି। ମହିଳାଙ୍କ ସହ ସମ୍ପର୍କ ରଖି ଜଣେ ମହିଳାଙ୍କ ଠାରୁ ୩୬ ଲକ୍ଷ ଏବଂ କାର ନେଇଥିବା ବେଳେ, ଅନ୍ୟଜଣେ ମହିଳାଙ୍କ ଠାରୁ ୮ ଲକ୍ଷ ସହ ବୁଲେଟ ଗାଡ଼ି ନେଇଛନ୍ତି । ବିଧବା ମହିଳା, ବିବାହ ବିଚ୍ଛେଦ ହୋଇଥିବା ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲା ଏହି ଠକ। ପ୍ରଥମେ କଥାବାର୍ତ୍ତା ହେବା ପରେ ବିଭିନ୍ନ ଉପାୟରେ ତାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗୁଥିଲା । ମହିଳାଙ୍କୁ ବାହା ହେବା ସହ ତାଙ୍କ ନାଁରେ ଲୋନ କରୁଥିଲା ଏବଂ ସେହି ଋଣ ଟଙ୍କାରେ ମଉଜ କରୁଥିଲା ଠକ ସତ୍ୟଜିତ ମହିଳାଙ୍କ ନାଁରେ ଲୋନ କରି କାର କିଣି ସେହି କାରକୁ ଭଡ଼ାରେ ଲଗାଇ ଟଙ୍କା କମାଉଥିଲା। ଆଉ ସବୁ ଟଙ୍କା ଆତ୍ମସାତ କରି ବିଦେଶ ପଳାଉଥିଲା ଏହି ଠକ।
Naxatra News is now on Whatsapp
Join and get latest news update delivered to you via whatsapp
Join Now