ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ

୨୬/୧୧ ଆକ୍ରମଣର ଅଭିଯୁକ୍ତ ଆତଙ୍କବାଦୀ ଅବଦୁଲ ରହମାନ ମକ୍କି ମୃତ। ମୁମ୍ୱାଇ ଆକ୍ରମଣର ଅଭିଯୁକ୍ତ ଅବଦୁଲ ରେହମାନ ମକ୍କିଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।  ମକ୍କି ହାଫିଜ ସଇଦଙ୍କ ସମ୍ପର୍କୀୟ ତଥା ସଙ୍ଗଠନର ଆତଙ୍କବାଦୀ ପାଣ୍ଠିର ମୁଖ୍ୟ ଥିଲା ଅବଦୁଲ ରେହମାନ। ମକ୍କି ବିଶ୍ୱ ଆତଙ୍କବାଦୀ ତାଲିକାରେ ଅନ୍ତର୍ଭୁକ୍ତ ଥିଲା। ଆମେରିକା ଏବଂ ମିଳିତ ଜାତିସଂଘ ଦ୍ୱାରା ତାଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରାଯାଇଥିଲା। ସେ ଲସ୍କର ବୈଦ୍ୟଶିକ ସମ୍ପର୍କ ବିଭାଗର ମୁଖ୍ୟ ମଧ୍ୟ ଥିଲେ। ଭାରତରେ ପ୍ରମୁଖ ଆତଙ୍କବାଦୀ ଆକ୍ରମଣରେ ଅବଦୁଲ ରେହମାନ ମକ୍କିଙ୍କର ଭୂମିକା ଥିବା ନେଇ ସୂଚନା ମିଳିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *