ତାମିଲନାଡୁର ୨୫ଟି ସ୍ଥାନରେ ଚଢାଉ। ଏନଆଇଏ ପକ୍ଷରୁ ଚେନ୍ନାଇ ଏବଂ ମୟିଲାଦୁଥୁରାଇ ଜିଲ୍ଲାରେ ରେଡ କରାଯାଇଛି। ଏହି ରେଡ ୨୦୨୨ ମହିସା ଅକ୍ଟୋବର ୨୩ରେ ହୋଇଥିବା କୋଏମ୍ୱାଟୁର କାର ବୋମା ବିସ୍ଫୋରଣର ଘଟଣାର ସହିତ ଜଡିତ ହୋଇପାରେ ବୋଲି କୁହାଯାଉଛି। ତେବେ କାରଟି ଜେମ୍ସ ମୁବେନ ନାମକ ଜଣେ ବ୍ୟକ୍ତି ଚଲାଉଥିଲା। କାରଟି ଇମ୍ପ୍ରୋଭାଇଜଡ ବିସ୍ଫୋରକ ଉପକରଣରେ ଲୋଡ ହୋଇଥିଲା। ଏହା ଏକ ଆତ୍ମଘାତୀ ବିସ୍ଫୋରଣ ଥିଲା। ସେପଟେ ଏହି ମାମଲାର ତଦନ୍ତ ଆରବିକ ଭାଷା କେନ୍ଦ୍ରର ନାମ ଏନଆଇଏ ହାତରେ ଲାଗିଛି। ଏହି କେନ୍ଦ୍ର ସହିତ ଜଡିତ ଲୋକଙ୍କ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now