ଲଭ ସେକ୍ସ ଆଉ ଧୋକ୍କା। ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଜଣେ ଥାନା ଅଧିକାରୀଙ୍କ ବିରୋଧରେ। ଜଗତସିଂହପୁର ଥାନାର ତତ୍କାଳୀନ ଅତିରିକ୍ତ ଥାନା ଅଧିକାରୀ ତଥା ଏବେକାର କୁଜଙ୍ଗ ଥାନା ଅଧିକାରୀ ତପନ ନାହାକଙ୍କ ବିରୋଧରେ ଆସିଛି ଏଭଳି ଅଭିଯୋଗ। ଜଣେ ହୋମଗାର୍ଡଙ୍କୁ ଲଭ ସେକ୍ସ ଧୋକ୍କା ଦେଇଛନ୍ତି ଥାନାଧିକାରୀ। ଆଉ ହୋମଗାର୍ଡଙ୍କ ଲିଖିତ ଅଭିଯୋଗ ପରେ ରାତାରାତି ଥାନା ଛାଡି ଫେରାର ହେଉଥିଲେ ବାବୁ। କିନ୍ତୁ ଖୋର୍ଦ୍ଧା ନିକଟରୁ ତାଙ୍କୁ କାବୁ କରି ଆଣି ଜେରା କରୁଛି ସ୍ଵତନ୍ତ୍ର ଟିମ। ଉଭୟଙ୍କୁ ଏସପି ଅଫିସ ମଧ୍ୟରେ ଏକ ୯ ଜଣିଆ ଟିମ ଜେରା କରୁଥିବା ବେଳେ ସଂପୃକ୍ତ ମହିଳା ହୋମଗାର୍ଡଙ୍କର ଡାକ୍ତରୀ ମାଇନା କରାଯାଇଛି। ଘଟଣାର ଆପୋଷ ସମାଧାନ ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now