ତିର୍ତ୍ତୋଲ ନୂଆପଡା ଛକ ନିକଟରେ ରାସ୍ତାପାର୍ଶ ଡିଭାଇଡରରେ ବାଇକ ସହ ପିଟି ହୋଇ ଦୁଇ ମୃତ ଓ ଜଣେ ଗୁରୁତର । ରଘୁନାଥପୁର ବ୍ଲକ ଗୋକଳପୁର ଗ୍ରାମର ୩ ଜଣ ଯୁବକ ତିର୍ତ୍ତୋଲରୁ ଏକ ବାଇକରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ନୂଆପଡା ଛକ ନିକଟରେ ଡିଭାଇଡ଼ରରେ ପିଟି ହୋଇଯାଇଥିଲେ । ଘଟଣାସ୍ଥଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ମଣିଜଙ୍ଗା ଓ ପରେ ଜଗତସିଂହପୁର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକ ଯୁବକ ଜଣଙ୍କ ହେଲେ ଗୋକଳପୁର ଗ୍ରାମର ରୁଦ୍ରନାରାୟଣ ଜେନା ଓ ତାଙ୍କ ସାଙ୍ଗ ତୋଫାନ ଜେନା । ପୋଲିସ ଘଟଣାର ତଦନ୍ତ କରୁଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now