ଦନ୍ତା ଆକ୍ରମଣରେ ଦଳିଦେଲା ଦନ୍ତା

 ବିଳମ୍ୱିତ ରାତିରେ ଶୌଚ ହେବାକୁ ଯାଇ ଦଳିଦେଲା ଦନ୍ତା ।  ଚମ୍ପୁଆ ରେଞ୍ଜ ବାଲିବନ୍ଧ ସେକ୍ସନର ରେଭେନ୍ସାପୁର (ଖ) ଗ୍ରାମରେ ଘଟିଛି ଏହି ଅଘଟଣ। ବିଳମ୍ୱିତ ରାତିରେ ଗ୍ରାମର ରସ ମୁଣ୍ଡା ନାମକ ବ୍ୟକ୍ତି ଶୌଚ ହେବାକୁ ଘର ବାହାରକୁ ବାହାରିଥିବା ସମୟରେ ଏକ ଗୋଠ ଛଡ଼ା ଦନ୍ତାହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଦନ୍ତା ତାଙ୍କୁ ଦଳିଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଖବରପାଇ ବନ ବିଭାଗ ଏବଂ ଚମ୍ପୁଆ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ୍ କରି ଚମ୍ପୁଆ ଉପଖଣ୍ଡ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି। ସୂଚନାଯୋଗ୍ୟ କି ଲୁଣଗୋଠାଣି ଗାଁ ନିକଟ ଜଙ୍ଗଲରେରେ ୩୨ ଟିକିଆ ହାତୀପଲ ରହିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *