ନୀଳଗିରି ଅଞ୍ଚଳରେ ମହିଳାଙ୍କୁ ଗଛରେ ବାନ୍ଧି ଜୋତାରେ ମାଡ଼ ମାରିବା ଘଟଣା। ବିଜେପିକୁ ଟାର୍ଗେଟ କଲା ବିଜେଡି। ଡିସେମ୍ୱର ୨୬ରେ ନୀଳଗିରି ଅଞ୍ଚଳରେ ଘଟିଥିବା ଘଟଣା ଅଭାବନୀୟ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ହେବା ପରେ ଅରାଜକତା ବଢ଼ିଛି। ଅମାନବିୟତା ଅପରାଧୀ ରାଜ ଚାଲିଛି। ଏଭଳି ଦୃଶ୍ୟ ଗ୍ରହଣୀୟ ନୁହେଁ। ଦୁଇ ମହିଳାଙ୍କୁ ଗଛରେ ବାନ୍ଧି ଦୃର୍ବୁତ୍ତମାନେ ପିଟିଥିଲେ। ମହିଳାଙ୍କୁ ଜୋତାରେ ପିଟିବାର ଭିଡିଓ ରହିଛି। ତିନି ଯୁବକ ଗୋବିନ୍ଦ ସିଂ ନାମକ ବ୍ୟକ୍ତିଙ୍କ ଘରେ ପଶି ତିନି ଜଣଙ୍କୁ ଟାଣି ଘୋଷାଡି,ଉଲଗ୍ନ କରି ଗଛରେ ବାନ୍ଧି ତାଙ୍କୁ ପିଟିଛନ୍ତି। ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ବିଜେଡି fact ଫାଇଣ୍ଡିଂ ଟିମ୍ ସେ ଅଞ୍ଚଳକୁ ଯାଇ ତଦନ୍ତ କରିଥିଲେ। ଯେଉଁମାନେ ପୀଡ଼ିତ ସେମାନେ ଆଦିବାସୀ। ଯିଏ ମାଡ଼ ମାରିଛନ୍ତି ସେମାନେ ଅଣଆଦିବାସୀ। କଙ୍ଗାରୁ କୋର୍ଟକୁ ବିରୋଧ କରୁଛୁ। ଏ ଘଟଣାରେ ଯେଉଁ ଦୃର୍ବୁତ୍ତ ଅଛନ୍ତି ସେମାନେ ଭାରତୀୟ ଜନତା ପାର୍ଟି ଲୋକ। ମୁଖ୍ୟ ଅଭିଯୁକ୍ତ ହେଉଛି ବାଦଲ ପଣ୍ଡା। ସ୍ଥାନୀୟ ବିଧାୟକଙ୍କ ସାଙ୍ଗେ ମଧ୍ୟ ବାଦଲ ଫଟୋ ରହିଛି। ପୋଲିସ କାହା ଇଙ୍ଗିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସହ sc St ଆକ୍ଟ ମାଧ୍ୟମରେ ମାମଲା ରୁଜୁ ହେଉ।
Naxatra News is now on Whatsapp
Join and get latest news update delivered to you via whatsapp
Join Now