ପଣା ଖୁଣ୍ଟିରେ ବଳି ଦେଲା ପିଶାଚ। ଗାଁ ଦାଣ୍ଡରେ ଆଗ ପିଟି ପିଟି ଲହୁଲୁହାଣ କଲା। ଏତିକିରେ ମନ ମେଣ୍ଟିଲାନି। ପରେ ଏକ ଟାଙ୍ଗିଆରେ ଗଡ଼ ଗଡ଼ କରି ହାଣିଲା। ଆଉ ଶରୀରର ବିଭିନ୍ନ ଅଂଶ ଗାଁ ଦାଣ୍ଡରେ ଫୋପାଡ଼ିଲା। ଗାଁ ଚୌପାଢ଼ିରେ ଥିବା ପଣା ଖୁଣ୍ଟିରେ ବଳି ଦେଇଥିଲା। ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି ନୂଆବର୍ଷରେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ବସୋଇ ଗାଁରେ ବୁଧବାର ସକାଳୁ ସକାଳୁ ଏଭଳି ନାରକୀୟ କାଣ୍ଡ ଦେଖି ସମସ୍ତେ ହତବାକ୍ ହୋଇଯାଇଥିଲେ। ମୃତକ ହେଲେ ଗାଁର ରାକେଶ ସେଠୀ। ସକାଳୁ ସାଇକେଲରେ ଚିକେନ୍ ପାଇଁ ଯାଉଥିବା ବେଳେ ରାକେଶଙ୍କୁ ଅତର୍କିତ ଆକ୍ରମଣ କରିଥିଲା ସରୋଜ ବିଶ୍ୱାଳ ଓରଫ ମକୁ। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର୍ ହୋଇଯାଇଥିଲା। ରାକେଶଙ୍କୁ ଏଭଳି ବୀଭତ୍ସ ହତ୍ୟାପରେ ହତବାକ୍ ହୋଇଯାଇଛି ପୁରା ଅଞ୍ଚଳ। ରାକେଶଙ୍କ ପତ୍ନୀ ଓ ପରିବାରର କାନ୍ଦ ବୋବାଳିରେ ଫାଟି ପଡ଼ୁଥିଲା ପୁରା ପରିବେଶ।
କାହିଁକି ରାକେଶଙ୍କୁ ଏଭଳି ନିର୍ମମ ହତ୍ୟା କଲା ମକୁ। ଏହା ପଛରେ ରହସ୍ୟ କଅଣ। ଖବର ପାଇ ପର୍ଜଙ୍ଗ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।
ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି ବୀଭତ୍ସ ହତ୍ୟା ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now