ପାରିବାରିକ କଳହରୁ ପୁଅକୁ ହତ୍ୟା  

ପାରିବାରିକ କଳହରୁ ପୁଅକୁ ହତ୍ୟା କଲା ବାପା। ମୃତକ ହେଲେ ଜିତୁ ମଲ୍ଲିକ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀଙ୍ଗମିଲା ଗାଁରେ। ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ଆଜି ସକାଳୁ ମଦ୍ୟପ ପୁଅ ଘରର କବାଟକୁ ମାରିବା ପରେ ବାପା ଉତ୍ତ୍ୟେକ୍ତ ହୋଇ ପୁଅକୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲା। କ୍ଷତାକ୍ତ ଅବସ୍ଥାରେ  ଜିତୁ ମଲିକ ଜଣକ ନିଜ ବଡ଼ ଭାଇ ଘରକୁ ପଳେଇ ବାରଣ୍ଡାରେ ପଡ଼ି ଯିବା ପରେ ମୃତ୍ୟୁ ଘଟିଛି। ସେପଟେ ବାଲିଗୁଡ଼ା ଥାନାରେ ଆତ୍ମ ସମର୍ପଣ କଲେ ଅଭିଯୁକ୍ତ ବାପା ପ୍ରାଣେଶ୍ୱର ମଲ୍ଲିକ । ବାଲିଗୁଡ଼ା ଥାନା ପୋଲିସ ସୀଙ୍ଗମିଲା ଗାଁରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *