ବରେଲିରେ ବିବାହ ବିବାଦ- ନିଶାରେ କନ୍ୟା ବଦଳରେ ଅନ୍ୟ ଗଳାରେ ବରମାଳା- ବରକୁ ଚାପୁଡ଼ା-ଭାଙ୍ଗିଲା ବାହାଘର

ନିଶାରେ କନ୍ୟାର ସାଙ୍ଗ ଗଳାରେ ବରମାଳା- ବରକୁ ଚାପୁଡ଼ା- ଭାଙ୍ଗିଲା ବାହାଘର

ନିଶାରେ ଚୁର୍ ବର କନ୍ୟା ବେକରେ ମାଳ ପିନ୍ଧାଇବ କଅଣ। ପାଲଟା କନ୍ୟାର ବେଷ୍ଟ ଫ୍ରେଣ୍ଡ ବେକରେ ଭୁଲ କ୍ରମେ ବରଣମାଳା ପିନ୍ଧାଇଦେଲା। ଆଉ ତା ପରେ ଯାହା ସ୍ଥିତି ହେଲା, ତାହା ଅସମ୍ଭାଳ। କନ୍ୟା ରାଗିପାଚି ବରକୁ ଚାପୁଡ଼ା ମାରିଥିଲେ।  ବାହାଘର ତ ଭାଙ୍ଗିଗଲା। କିନ୍ତୁ ତା ପରେ ରଣକ୍ଷେତ୍ର ପାଲଟିଥିଲା ବିବାହ ମଣ୍ଡପ। ଉଭୟ ପକ୍ଷ ଭିତରେ ଗାଳିଗୁଲଜରୁ ନେଇ ମାଡପିଟ୍ ଯାଏ କଥା ପହଞ୍ଚିଥିଲା। ଉତ୍ତରପ୍ରଦେଶର ବରେଲିରୁ ଆସିଛି ଏଭଳି ଅଭାବନୀୟ ଘଟଣା। ୨୬ ବର୍ଷୀୟ ରବୀନ୍ଦ୍ର କୁମାର ବିବାହ କରିବାକୁ ଆସିଥିଲେ। ବେଦିରେ ବରଣମାଳା ପିନ୍ଧାଇବା ଆଗରୁ ନିଜ ସାଙ୍ଗଙ୍କ ସହ ମଦ ପିଇଥିଲେ। କିନ୍ତୁ କନ୍ୟା ବେକରେ ମାଳା ପିନ୍ଧାଇବା ବଦଳରେ ଭୁଲରେ କନ୍ୟାର ବେଷ୍ଟ ଫ୍ରେଣ୍ଡଙ୍କ ଗଳାରେ ପିନ୍ଧାଇଦେଲେ। ଭୁଲ୍ ବୁଝିବା ମାତ୍ରେ ମାଳା ଓହ୍ଲାଇ ନିଜର ଜଣେ ସାଙ୍ଗ ଓ ବୟସ୍କ ଅତିଥିଙ୍କୁ ପିନ୍ଧାଇଦେଲେ। ୨୧ ବର୍ଷୀୟ କନ୍ୟା ରାଧା ଦେବୀ ଏଥିରେ ଉତକ୍ଷିପ୍ତ ହୋଇ କୁମାରଙ୍କୁ ଚାପୁଡ଼ା ମାରି ଏ ବାହାଘର ହୋଇପାରିବନି କହି ବେଦୀରୁ ପଳାଇଥିଲେ। ବିବାହ ଲାଗି ପ୍ରାୟ ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ କନ୍ୟାପକ୍ଷ। ଏହାକୁ ବର ପକ୍ଷ ଭରଣା କରିବାକୁ ଥାନାରେ ଏତଲା ଦେଇଛନ୍ତି। କନ୍ୟାପକ୍ଷ କହିଛି, ବରପକ୍ଷ ଅଧିକ ଯୌତୁକ ଦାବି କରିଥିଲେ। ସେତକ ଉଣା ହେବାରୁ ବେଦୀରେ ଜାଣିଶୁଣି ସେମାନଙ୍କୁ ଅପମାନିତ କରିବାକୁ ଏଭଳି ଫନ୍ଦି କଲେ। ବର ନିଜକୁ ଚାଷୀ ବୋଲି ମିଛ କହିଥିଲା। ଯେତେବେଳେ କି ସେ ଜଣେ ଟ୍ରକ୍ ଡ୍ରାଇଭର। ଭୋର ୪ଟା ବେଳେ କୁମାରକୁ ପୁଲିସ କଷ୍ଟଡିକୁ ନିଆଯାଇଥିଲା। ମେଡିକାଲ ପରୀକ୍ଷାରେ ନିଶାଗ୍ରସ୍ତ ଥିବା ସ୍ପଷ୍ଟ ହୋଇଛି। ଯୌତୁକ ନିରୋଧୀ ଆଇନରେ ମାମଲା ରୁଜୁ କରିଛି ପୁଲିସ। ବର ଓ ତା ପିତାଙ୍କ ସ୍ୱୀକାରୋକ୍ତିର ଭିଡ଼ିଓ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଛି। କନ୍ୟା ପକ୍ଷ କନ୍ୟାକୁ ବିବାହ ଲାଗି ଯେତେ ବୁଝାଇଲେ ବି କନ୍ୟା ରାଜି ହୋଇନଥିଲେ। ପୁଲିସ ବର ପକ୍ଷକୁ ଜରିମାନା କରିଛି। ବର ଓ ତାଙ୍କ ପରିବାରର ୫ ଜଣଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଶାନ୍ତିଭଙ୍ଗ ନେଇ ୫ ଜଣଙ୍କ ବିରୁଦ୍ଧରେ ଏହି ଆକ୍ସନ ହୋଇଛି।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *