ବାଲେଶ୍ୱର ରେଳଷ୍ଟେସନର ସମ୍ପ୍ରସାରଣ ନେଇ କର୍ଫ୍ୟୁ

ବାଲେଶ୍ୱର ରେଳଷ୍ଟେସନର ସମ୍ପ୍ରସାରଣ ନେଇ ଆଖପଖ ଅଞ୍ଚଳରେ କର୍ଫ୍ୟୁ। ଅରଡବଜାରରୁ ପରିବା ମାର୍କେଟ, ହରିପୁରରୁ ଦର୍ଜି ପୋଖରୀ ଛକ, କସମିଳା ବ୍ରିଜରୁ ଫୁଲାଡି ଛକ, ନୂଆବଜାର ରେଲୱେ ଗେଟ, ଗୋଳାପୋଲ ଆଦି ଅଞ୍ଚଳରେ ୨ ଦିନ ପାଇଁ କର୍ଫ୍ୟୁ ଲଗାଯାଇଛି। ଆଜି ଭୋର ୪ଟା ଠାରୁ ରାତି ୧୦ଟା ପର୍ଯ୍ୟନ୍ତ ଓ ଆସନ୍ତାକାଲି ଏହି କର୍ଫ୍ୟୁ ବଳବତ୍ତର ରହିବ। ପୂର୍ବରୁ ଏ ନେଇ ନୋଟିସ ମଧ୍ୟ ଦିଆଯାଇଥିଲା। କୌଣସି ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନ ହଉ ଏନେଇ ଏହି କର୍ଫ୍ୟୁ ଲଗାଯାଇଛି। ଏହି ସ୍ଥାନ ଗୁଡ଼ିକରେ  ପୁଲିସ ମୁତୟନ କରାଯାଇଥିବାବେଳେ ଲୋକଙ୍କୁ ରୁଣ୍ଡ ନ ହେବା ପାଇଁ ବାରଣ କରାଯାଇଛି। ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ରେଳ ବିଭାଗ କର୍ମଚାରୀ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *