ବାହାଘରର ୪ ଦିନ ପୂର୍ବରୁ ବାହା ହେବାକୁ ଅମଙ୍ଗ ହେଲା ଝିଅ । ଗାଁ ସଭାରେ ଗୁଳି ମାରି ହତ୍ୟା କଲେ ପରିବାର ଳୋକ । ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଆସିଛି ଏଭଳି ଖବର । ଯେଉଁଠି ବାପା ସ୍ଥିର କରିଥିବା ଜ୍ୱାଇଁ ଝିଅର ପସନ୍ଦ ନହେବାରୁ ଝିଅ ବାହା ହେବାକୁ ମନା କଲେ। ଫଳରେ ପୁଲିସ ଉପସ୍ଥିତିରେ ବାପା ମହେଶ ଗୁର୍ଜର ଗୁଳି କଲେ ଏବଂ ଭାଇ ମଧ୍ୟ ସେତିରେ ସାମିଲ ଥିଲେ ମହେଶଙ୍କୁ ଗିରଫ କରାଯାଇଥିବା ବେଳେ ଭାଇ ରାହୁଲ ଫେରାର ଅଛି। ମଙ୍ଗଳବାର ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ମୃତ ତନୁ ଗୁର୍ଜର ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ ୫୨ ସେକେଣ୍ଡର ଏକ ଭିଡିଓ ସେୟାର କରିଥିଲେ । ଯେଉଁଠି ତାଙ୍କୁ ଜୋର ଜବରଦସ୍ତି ପରିବାର ଲୋକ ବାହାଘର କରାଉଛନ୍ତି ଏବଂ ସେ ଭିକି ନାମକ ଯୁବକଙ୍କୁ ଭଲ ପାଉଥିବା କହିଥିଲେ । ଏବଂ ପରିବାର ପକ୍ଷରୁ ତାଙ୍କ ଜୀବନ ପ୍ରତି ବିପଦ ଥିବା ଜଣାଇଥିଲେ । ଏହି ପୋଷ୍ଟ ଦେଖି କ୍ରୋଧରେ ତନୁଙ୍କ ବାପା ଦେଶୀ ବନ୍ଧୁକ ରେ ଝିଅକୁ ଜୀବନରୁ ମାରି ଦେଇଥିଲେ । ତେବେ ଭିକି ଆଗ୍ରାରେ ରହୁଥିବା ବେଳେ ୬ ବର୍ଷ ଧରି ତନୁଙ୍କ ସହ ସମ୍ପର୍କରେ ଥିଲେ । ତେବେ ହତ୍ୟା ପୂର୍ବରୁ ଘଟରା ସମାଧାନ ପାଇଁ ପଞ୍ଚାୟତ ବସିଥିଲା । ଆପୋଷ ସମାଧାନ ପାଇଁ ପୁଲିସ ବି ପ୍ରୟାସ କରିଥିଲା । ତନୁ ଘରେ ରହିବାକୁ ବାରଣ କରିଥିଲେ । ହେଲେ ଝିଅ ସାଙ୍ଗେ ଏକୁଟିଆ କଥା ହେବେ କହି ଝିଅର ଛାତିରେ ଗୁଳି ଦାଗି ଦେଲେ ବାପା । ପରେ ସମ୍ପର୍କୀୟ ଭାଇ ରାହୁଲ ମୁଣ୍ଡ,ବେକ ଏବଂ ମୁହଁକୁ ଗୁଳି କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ତନୁଙ୍କର ମୃତ୍ୟୁ ହୋଇଥିଲା । ଗୁଳି ଶବ୍ଦ ଶୁଣି ପୁଲିସ ଘର ଭିତରକୁ ଯାଇ ବାପା ମହେଶଙ୍କୁ କାବୁ କରିଥିଲା ।କିନ୍ତୁ ରାହୁଲ ପିସ୍ତଲ ଧରି ଫେରାର ହୋଇଯାଇଥିଲା । ସ୍ତ୍ରତନ୍ତ୍ର ଟିମ ପକ୍ଷରୁ ଛାନଭିନ ଜାରି ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now