ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି କଲେ ହେବ କାର୍ଯ୍ୟାନୁଷ୍ଠାନ। ଜେଲ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତେଇଦେଲେ ମୁଖ୍ୟମନ୍ତ୍ରୀ। ଦୁର୍ନୀତି କଲେ ୧ କୋଟି ଟଙ୍କା ଜୋରିମାନା ସହ ୧୦ ବର୍ଷ ପାଇଁ ଜେଲ ଦଣ୍ଡ ବ୍ୟବସ୍ଥା। ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବରୁ ନିଯୁକ୍ତିରେ ଦୁର୍ନୀତି ଭରି ରହୁଥିଲା। ସ୍ବଚ୍ଛତା ଓ ସାଧୁତା ନଥିଲା। ଦାୟିତ୍ୱରେ ଥିବା ଅଧିକାରୀ ନିଜର ଲୋକ ମାନଙ୍କୁ ନିଯୁକ୍ତି ଦେବା ସହ ପାତର ଅନ୍ତର କରୁଥିଲେ। JEE ଓ ASO ପରୀକ୍ଷାରେ ସ୍ବଚ୍ଛତା ନଥିଲା । ମେଧାବୀ ଛାତ୍ରଛାତ୍ରୀଙ୍କ ଭରସା ତୁଟି ଯାଇଥିଲା ସରକାରଙ୍କ ଓ ଭଗବାନଙ୍କ ଉପରେ । ବର୍ତ୍ତମାନ ନିରପେକ୍ଷ ଭାବେ ନିଯୁକ୍ତି ଚାଲିଛି। ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ପାଇଁ ସରକାର ସାର୍ବଜନୀନ ପରୀକ୍ଷା ବିଲ ବିଲ ଆଣିଛନ୍ତି। ଆଇନରେ ପରିଣତ ହୋଇଛି। ଆଗାମୀ ଦିନରେ ଏହା କାର୍ଯକାରୀ କରାଯିବ। ୧ କୋଟି ଜୋରିମାନା ସହ ଓ ୧୦ ବର୍ଷ ଜେଲ ବ୍ୟବସ୍ଥା। ଦୁର୍ନୀତିଖୋର ଜେଲ ଦଣ୍ଡ ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
Naxatra News is now on Whatsapp
Join and get latest news update delivered to you via whatsapp
Join Now