ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଘଟିଛି ଏକ ଅଘଟଣ । ରାତିରେ ଶୋଇଥିବା ବେଳେ ଯୁବକଙ୍କ ଉପରକୁ ହୋଇଛି ଏସିଡ ମାଡ଼ । ଗୁରୁତର ଯୁବକ ହେଉଛନ୍ତି ସେହି ଗ୍ରାମର ସନାତନ ପଳାଇଙ୍କ ପୁଅ ଜଗବନ୍ଧୁ ବୋଲି ଜଣା ପଡିଛି। ଜଗବନ୍ଧୁ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମୁହଁରେ ଏସିଡ ପକାଇଥିବା ଜାଣିବାକୁ ମିଳିଛି। ଏହି ଏସିଡ ମାଡ଼ର କାରଣ ପରିବାର ଲୋକେ କହି ପାରୁନାହାନ୍ତି । ଏସିଡ ପଡିବା ପରେ ତାର ମୁହଁ ପୋଡିଥିଲା କରିଥିଲା। ତାର ଚିତ୍କାର ଶୁଣି ଅନ୍ୟ ଘରେ ଶୋଇଥିବା ପରିବାର ଲୋକ ତାକୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନେଇ ଯାଇଆସିଥିଲେ । ସେଠାରେ ତାର ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ରେ ଏକ ଘରୋଇ ଡାକ୍ତରଖାନା ନେଇ ଯାଇଛନ୍ତି। ଖବର ପାଇଁ ନାୟିକାଣ ଢ଼ୀହି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now