ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବିଜେଡିର ଗୋଷ୍ଠୀ କନ୍ଦଳ । ବିଜେଡି ପ୍ରତିଷ୍ଠା ଦିବସରେ ଶଙ୍ଖ ଭବନରେ ଅପ୍ରୀତିକର ପରିସ୍ଥିତି । କର୍ମୀଙ୍କ ମଧ୍ୟରେ ବିଶୃଙ୍ଖଳା ଏବେ ଚରମ ସୀମାରେ। ଶଙ୍ଖ ଭବନ ଭିତରେ ଦୁଇ ମହିଳା କର୍ମୀଙ୍କ ହାତାହାତି ନେଇ ଏବେ ସବୁଠି ଚର୍ଚ୍ଚା। ବିଜେଡି ମୁଖପାତ୍ର ଇପ୍ସିତା ସାହୁଙ୍କୁ ଦଳର ଅନ୍ୟ ଜଣେ ମହିଳା କର୍ମୀ ଚାପୁଡା ମାରିଛନ୍ତି । ନିଜ ଦଳର ଅଫିସ ଭିତରେ, ବରିଷ୍ଠ ବିଜେଡି ନେତାଙ୍କ ଉପସ୍ଥିତିରେ ଘଟିଛି ଏଭଳି ଘଟଣା। ସମସ୍ତେ ମହିଳାମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ କେହି ବୁଝିବାକୁ ରାଜି ନଥିଲେ ବିଜେଡିର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମ ବେଳେ ଷ୍ଟେଜ ସମ୍ମୁଖରେ ଚେୟାର ପକାଇବାକୁ ନେଇ ଗଣ୍ଡଗୋଳ ହୋଇଛି । ସୂଚନା ଅନୁସାରେ, ଇପ୍ସିତା ଷ୍ଟେଜ୍ ସମ୍ମୁଖରେ କିଛି ଚେୟାର ପକାଉଥିଲେ । ଏହାକୁ ନେଇ କିଛି ମହିଳା କର୍ମୀ ଆପତ୍ତି କରିଥିଲେ । ପରିସ୍ଥିତି ଏମିତି ହେଇଥିଲା କି ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ପରେ ଚାପୁଡ଼ା ଯାଏଁ କଥା ପହଞ୍ଚିଥିଲା । ତେବେ ଚାପୁଡ଼ା ମାରିଥିବା ନେତ୍ରୀ କହିଛନ୍ତି ଯେ, ସେ ଆଗ ଆକ୍ରମଣ କରିନାହାନ୍ତି। ଇପସିତା ଆଗ ଆକ୍ରମଣ କରିଛନ୍ତି। ଏବଂ ମାଇଲେଜ ନେବାକୁ ଅଧା ଭିଡିଓକୁ କାଟି ସମସ୍ତଙ୍କୁ ଦେଇଛନ୍ତି।
ସେପଟେ ସବୁ ଦଳ ରେ ଟିକେ ଟିକେ ସେମିତି ଥାଏ ବୋଲି ହାତାହାତି ପ୍ରସଙ୍ଗରେ କହିଛନ୍ତି ବିଜେଡି ନେତା ଭୂପିନ୍ଦର ସିଂହ । ଏହାକୁ ଏତେ ଗୁରୁତ୍ବ ଦେବା ଆବଶ୍ୟକତା ନାହିଁ । ପ୍ରାୟ ସବୁ ବେଳେ ଏମିତିକା ଘଟଣା ଦେଖିବାକୁ ମିଳେ । ପୂର୍ବରୁ ଲୋକଲୋଚନକୁ ଆସୁନଥିଲା । ଏବେ ବୈଦୁତିକ ଗଣମାଧ୍ୟମ ସକ୍ରିୟ ଥିବାରୁ କଥା ପଦାକୁ ଆସିଛି । ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ କହିଛନ୍ତି କେହି କାହାକୁ ମାଡ଼ ମାରି ନାହାନ୍ତି । ଏହା ଏକ ଛୋଟ ଘଟଣା, ଚେୟାର ନମିଳିବାରୁ କହୁଣୀ କରି ଦେଲେ। ଏହି କଥାକୁ ମିଡ଼ିଆ ଯେଉଁ ଭଳି ପ୍ରତିପାଦିତ କରୁଛି, କଥା ଆଦୌ ସେଭଳି ନୁହେଁ । ସମନ୍ୱୟ କମିଟି ସଭାପତି ଦେବୀ ପ୍ରସାଦ ମିଶ୍ର ଏହି ବିବାଦକୁ ସମାଧାନ କରି ସାରିଛନ୍ତି।
ବିଜେଡି ପ୍ରତିଷ୍ଠା ଦିବସରେ ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ଦେଇ କହିଥିଲେ ଯେ, ଏକାଠି ରହି ବିରୋଧୀଙ୍କୁ ସାମନା କର। ହେଲେ କିଛି ସମୟ ପରେ ଦଳରେ ମହିଳା ନେତ୍ରୀମାନଙ୍କ ଏଭଳି ଆଚରଣ ଦଳର ଶୃଙ୍ଖଳାକୁ ପଦାରେ ପକାଇଥିବା ଚର୍ଚ୍ଚା ହେଉଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now