ଅଶ୍ଳୀଳ ଚାଟିଂ ପଡିଲା ମହଙ୍ଗା

କେତେବେଳେ ଡାର୍ଲିଂ ତ କେତେବେଳେ ଜାନୁ, ଆଉ କେତେବେଳେ ସୋନା କହି କରୁଥିଲେ ସମ୍ୱୋଧନ l ଚାଟିଂ କରି ଅଶ୍ଳୀଳ ଭାଷାରେ ହେଉଥିଲେ କଥାବାର୍ତ୍ତା l ବରଗଡ଼ ଜିଲ୍ଲା ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ପ୍ରାଧ୍ୟାପକ ଡ଼ ବିରଞ୍ଚି ସାହୁଙ୍କ ଚାଟିଂ ଏବେ ମୋବାଇଲରୁ ମୋବାଇଲ ଘୁରିବୁଲୁଛି l ସବୁ ସୀମା ଲଙ୍ଘି ଛାତ୍ରୀଙ୍କଠାରୁ ଯୌନ ସୁଖ ଖୋଜୁଥିଲେ ରସିକିଆ ପ୍ରାଧ୍ୟାପକ। ଯାହାର ଚାଟିଂ ପୁରା ଦେଖାଇବା  ସମ୍ଭବ ନୁହେଁ l ବାବୁଙ୍କ ଏଭଳି କାଣ୍ଡ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବ। ନିଜ ବିଭାଗର ଜଣେ ଛାତ୍ରୀଙ୍କ ସହ ଏଭଳି ଭାବେ କଥା ହୋଇଛନ୍ତି ପ୍ରାଧ୍ୟାପକ ବିରଞ୍ଚି ସାହୁ l କେବଳ ପ୍ରେମ ନିବେଦନ କରିନାହାଁନ୍ତି, ଯୌନ ସମ୍ପର୍କ ପାଇଁ ନିବେଦନ, ଭିଡିଓ କଲ୍, ଫଟୋ ମାଗିବା ଏବଂ ଅଶ୍ଳୀଳ ଭାଷାରେ କଥାବାର୍ତ୍ତା ହୋଇଛନ୍ତି ।  ଯେଉଁ ଛାତ୍ରୀମାନଙ୍କୁ ସେ ମେସେଜ୍ କରନ୍ତି ତାଙ୍କୁ ଡାର୍ଲିଂ, ବେବି, ସୋନା କହି ସମ୍ବୋଧନ କରନ୍ତି। ଯାହାକୁ ନେଇ କଲେଜରେ ଛାତ୍ରଛାତ୍ରୀ ପ୍ରତିବାଦ କରିବା ସହ ପ୍ରାଧ୍ୟାପକ ବିରଞ୍ଜି ସାହୁଙ୍କ ବିରୋଧରେ କଡ଼ା ଅଭିଯୋଗ କରିଥିଲେ। ଘଟଣା ନେଇ ପଦ୍ମପୁରରେ ଅତିରିକ୍ତ ଜିଲ୍ଲାପାଳ କଲେଜକୁ ଯାଇ ଘଟଣା ସମ୍ପର୍କରେ ଅବଗତ ହେବା ସହ ଘଟଣା ସମ୍ପର୍କରେ ତଦନ୍ତ ପାଇଁ କଲେଜ ଗଭର୍ଣ୍ଣିଂ ବଡିକୁ କହିଥିଲେ l ଆଉ ଶେଷରେ ତଦନ୍ତ ପରେ ନିଲମ୍ୱିତ ହୋଇଛନ୍ତି ରସିକିଆ ପ୍ରାଧ୍ୟାପକ ବିରଞ୍ଚି ସାହୁ l

 ଅବସର ବୟସରେ ପ୍ରେମିକ ପ୍ରବର ପ୍ରାଧ୍ୟାପକଙ୍କ କାଣ୍ଡକୁ ନେଇ ଏବେ ସବୁଠି ଚର୍ଚ୍ଚା। ବିଦ୍ୟାର ମନ୍ଦିରରେ ଛାତ୍ରୀଙ୍କ ସହ ଏଭଳି ଚାଟିଂ ଓ ଅଭଦ୍ର ଭାଷାର ପ୍ରୟୋଗକୁ ନେଇ ଏବେ ସମସ୍ତେ ଚିନ୍ତିତ। ଏତେ ସବୁ ପରେ ମଧ୍ୟ ବିରଞ୍ଚି ବାବୁଙ୍କ ମୁହଁ ଟାଣ l ଏବଂ କହୁଛନ୍ତି ମୁଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କଥା ଚିନ୍ତା କରେ l ସେମାନେ ପ୍ରେମ କରି କଲେଜକୁ ବଦନାମ କରୁଥିବାରୁ ତାଙ୍କୁ ୱାର୍ଣ୍ଣିଂ ଦେଉଥିଲି। ହେଲେ ସାରଙ୍କ ଏସବୁ ଚାଟିଂ ଦେଖିଲା ପରେ ସାର କଣ ଚିନ୍ତା କରୁଛନ୍ତି ତାହା ବାରି ହୋଇ ପଡୁଛି lଛାତ୍ରୀଙ୍କ ପ୍ରତି ଏଭଳି ମାନସିକତା ରଖୁଥିବା ଶିକ୍ଷକଙ୍କ ପ୍ରତି କଠୋର କାର୍ଯ୍ୟନୁଷ୍ଠାନ ପାଇଁ ଦାବି ହୋଇଥିଲା l ଆଉ ଶେଷରେ ଅବସର ବୟସରେ ରସିକିଆ ସାଜୁଥିବା ପ୍ରାଧ୍ୟାପକଙ୍କୁ କରାଯାଇଛି ନିଲମ୍ୱିତ ।

ବରଗଡ଼ରୁ ଧୃବ କର୍ମୀଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *