ଓଲଟିଲା ବିମାନ, ୧୮ରୁ ଅଧିକ ଯାତ୍ରୀ ଆହତ

ଲ୍ୟାଣ୍ଡିଂ ପରେ ରନଓ୍ୱେରେ ଓଲଟିଗଲା ବିମାନ। କାନାଡ଼ାର ଟରୋଣ୍ଟୋରେ ଡେଲଟା ଏୟାରଲାଇନ୍ସର ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ବିମାନରେ ୭୬ ଯାତ୍ରୀ ଓ ୪ଜଣ କ୍ରିଉ ମେମ୍ୱରଙ୍କୁ ମିଶାଇ ମୋଟ୍ ୮୦ ଜଣ ଥିଲେ। ମିନିୟାପୋଲିସ-ସେଣ୍ଟ ପଲ ଇଣ୍ଟରନାସନାଲ ଏୟାରପୋର୍ଟରୁ ଟରୋଣ୍ଟୋ ପିୟରସନ୍ ଏୟାରପୋର୍ଟକୁ ଯାଉଥିଲା ବିମାନଟି। ଲ୍ୟାଣ୍ଡିଂ ବେଳେ ବିମାନଟି ନିୟନ୍ତ୍ରଣ ହରାଇଦେଇଥିଲା। ବିମାନ ଓଲଟିବା ମାତ୍ରେ ତୁରନ୍ତ ରେସକ୍ୟୁ ଟିମ୍ ପହଞ୍ଚି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ତେବେ ଦୁର୍ଘଟଣା ପଛରେ କାରଣକୁ ନେଇ ତନାଘନା ଜାରି ରହିଛି। କେଉଁ କାରଣ ଲାଗିବିମାନ ଓଲଟିଗଲା। ବିମାନର ପଙ୍ଖା କେମିତି କ୍ଷତିଗ୍ରସ୍ତ ହେଲା। ବିମାନ ଓଲଟିବା ପରେ ଲୋକମାନେ ବିମାନରୁ ବାହାରୁଥିବା ଓ କେତେକ ପଡ଼ୁଥିବାର ଭିଡ଼ିଓ ଭାଇରାଲ ହୋଇଛି। ଆହତଙ୍କ ଭିତରୁ ୩ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି। ପବନର ବେଗ ଅଧିକ ଥିବା ସହ ବରଫ ଖଣ୍ଡ ଉଡ଼ୁଥିବାରୁ ଯାତ୍ରୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।

 ବିମାନ ଓଲଟିବା ପରେ ନିଆଁ ଲାଗିଯାଇଥିଲା। ଅଗ୍ନିଶମ ବିଭାଗ ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *