ନେପାଳ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ କିଟ୍ କ୍ୟାମ୍ପସ ଯେତିକି ଅଶାନ୍ତ ହୋଇଉଠିଥିଲା। ତା ଠୁ ବଳିଗଲା କିଟ୍ କର୍ତ୍ତୃପକ୍ଷଙ୍କ ନେପାଳ ଛାତ୍ରଛାତ୍ରୀଙ୍କ ପ୍ରତି ବ୍ୟବହାର। ନେପାଳ ଛାତ୍ରଛାତ୍ରୀଙ୍କୁ ଲାଗି କ୍ୟାମ୍ପସକୁ ସାଇନ-ଏ-ଡାଏ ଘୋଷଣା କରିବା। ତୁରନ୍ତ ହଷ୍ଟେଲ୍ ଖାଲି କରିବାକୁ ନୋଟିସ ସହ ହଷ୍ଟେଲ ଓ କ୍ୟାମ୍ପସକୁ ଜୋରଜବରଦସ୍ତି ବସରେ ନେଇ ଷ୍ଟେସନରେ ଛାଡ଼ିବା ବେଳେ ଅପଶବ୍ଦ ସହ ଅଭଦ୍ର ବ୍ୟବହାର ସୀମା ଟପିଯାଇଥିଲା। ନିଜ ଦେଶକୁ ଫେରିବା ଲାଗି ନାହିଁ ନଥିବା ହୀନସ୍ତା ଛାତ୍ରଛାତ୍ରୀଙ୍କ ଦୁର୍ଦଶାକୁ ନେଇ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଉଦବେଗ ପ୍ରକାଶ ପରେ ଚାପରେ ପିଲାଙ୍କ ପୁଣି କ୍ୟାମ୍ପସ୍ ଫେରିଆସିବାକୁ କିଟ୍ କର୍ତ୍ତୃପକ୍ଷ ଅନୁରୋଧ କରିଥିଲେ। ଏହାରି ଭିତରେ ଅଭିଯୁକ୍ତ ଆଦଭିକ୍ ଶ୍ରୀବାସ୍ତବକୁ ପୁଲିସ ଗିରଫ କରିସାରିଛି। ଛାତ୍ରୀ ପ୍ରକ୍ରିତି ଲାମସେଲଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇଥିଲେ ଆଦଭିକ୍। ମଙ୍ଗଳବାର ପରିବାରର ଉପସ୍ଥିତିରେ ଏମ୍ସରେ ପ୍ରକ୍ରିତିଙ୍କ ଶବବ୍ୟବଛେଦ ହୋଇଛି। ପ୍ରକ୍ରିତିଙ୍କ ବାପା କହିଛନ୍ତି, ସେ ଝିଅର ମୃତ୍ୟୁକୁ ସହଜରେ ବିଶ୍ୱାସ କରିପାରୁନାହାନ୍ତି। କିଟ୍ କର୍ତ୍ତୃପକ୍ଷ ହିଁ ତାଙ୍କ ଝିଅକୁ ମାରିଦେଲେ। ସର୍ବଭାରତୀୟ ନେପାଳୀ ସଂଘ ବି କିଟ୍ କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣକୁ କଡ଼ା ନିନ୍ଦା କରିଛି। ସେମାନେ ଯାହା ଭରସାରେ ପିଲାଙ୍କୁ ପଢାଇବାକୁ ଛାଡ଼ିଥିଲେ, ସେମାନେ ଏମିତି କଦର୍ଯ୍ୟ ବ୍ୟବହାର କରିବେ ବୋଲି ଆଶା ନଥିଲା। ପିଲାଙ୍କୁ ମାଡ଼ ମାରି ଏମିତି ତଡ଼ିବାକୁ କେମିତି କିଟ୍ କର୍ତ୍ତୃପକ୍ଷଙ୍କ ହାତ ଗଲା। ଓଡ଼ିଶା ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ପରିବାର ବର୍ଗ। ନେପାଳ ଯାଇ କିଟ୍ ୟୁନିଭରସିଟିରେ ପଢାଇବାକୁ ଡାକୁଛନ୍ତି। କିନ୍ତୁ ଏଠାରେ ନିର୍ଯାତନା ଦେଉଛନ୍ତି।
ସେପଟେ ଏଭଳି ଘଟଣାରେ ଦୁଃଖ ପ୍ରକାଶ ସହ ସଫେଇ ଦେଇଛି କିଟ୍। ତଦନ୍ତ ପରେ ୨ ସିକ୍ୟୁରିଟି ଗାର୍ଡଙ୍କୁ ତୁରନ୍ତ ବହିଷ୍କାର କରାଯାଇଛି। ହଷ୍ଟେଲ ଦାୟିତ୍ୱରେ ଥିବା ୨ ଅଧିକାରୀ ଜୟନ୍ତୀ ନାଥ ଓ ମଞ୍ଜୁସା ପାଣ୍ଡେଙ୍କୁ ବି ନିଲମ୍ୱନ କରାଯାଇଛି। ଯେଉଁ ଅଧିକାରୀ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଘଟଣାକୁ ଦୁର୍ଭାଗ୍ୟଜନକ କହିଛି କିଟ୍। ପ୍ରେସ ରିଲିଜ୍ ଜାରି କରି ଏଭଳି ସଫେଇ ଦେଇଛି କିଟ୍। କ୍ୟାମ୍ପସରୁ ଯାଇଥିବା ପିଲାଙ୍କୁ ତୁରନ୍ତ ହଷ୍ଟେଲ୍ ଅଣାଯାଉଛି।
କ୍ୟାମ୍ପସ ସ୍ୱାଭାବିକ ଅଛି। କୌଣସି ଅପ୍ରୀତିକର ପରିସ୍ଥିତି ଆଉ ନାହିଁ। କିନ୍ତୁ କିଟ୍ କର୍ତ୍ତୃପକ୍ଷ ଏମିତି କାହିଁକି କଲେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଅନେକ ଭିଡ଼ିଓ ଦର୍ଶାଇଥିଲା, କେମିତି କଲେଜର ସୁରକ୍ଷାକର୍ମୀ, କର୍ମଚାରୀ ଯେମିତି ମାଡ ମାରିବା ସହ ଅଭଦ୍ର ବ୍ୟବହାର କରାଗଲା। ତା ହେଲେ ପରିସ୍ଥିତିକୁ ମୁକାବିଲା ଦିଗରେ କର୍ତ୍ତୃପକ୍ଷ ଫେଲ୍ ମାରିବାରୁ ଏମିତି ଆଚରଣ କରିବା କେତେଦୂର ଗ୍ରହଣୀୟ ବୋଲି ସବୁଠି ଚର୍ଚ୍ଚା।

Naxatra News is now on Whatsapp
Join and get latest news update delivered to you via whatsapp
Join Now