ମହାକୁମ୍ଭ ମେଳା ଲାଗି ସ୍ୱତନ୍ତ୍ର ଟ୍ରେନରେ ଯିବାକୁ ଅପେକ୍ଷାରତ ଯାତ୍ରୀଙ୍କ ଭିତରେ ଠେଲାପେଲା। ସ୍ଥିତି ଏମିତି ହେଲା ଯେ, ଅନେକ ଲୋକ ଟ୍ରେନରୁ ଖସି ଆହତ ହେଲେ। ଝାନସିର ବିରାଙ୍ଗନା ଲକ୍ଷ୍ମୀବାଇ ରେଳ ଷ୍ଟେସନରେ ଅଚାନକ ପ୍ଲାଟଫର୍ମ ନମ୍ୱର ପରିବର୍ତ୍ତନ ଘୋଷଣାରୁ ଏଭଳି ଅଭାବନୀୟ ଘଟଣା ଘଟିଗଲା। କିଛି ପାସେଞ୍ଜର ଭିଡ଼ ଭିତରେ ଟ୍ରେନ୍ ଟ୍ରାକକୁ ଖସିପଡ଼ିଥିଲେ। ସୌଭାଗ୍ୟବଶତଃ କାହାର ମୃତ୍ୟୁ ହୋଇନି। କୁମ୍ଭମେଳା ଟ୍ରେନ ଆରମ୍ଭରୁ ପ୍ଲାଟଫର୍ମ-୬ରୁ ଛାଡ଼ିବ ବୋଲି ଘୋଷଣା ହୋଇଥିଲା। କିନ୍ତୁ ଅଚାନକ ପ୍ଲାଟଫର୍ମ-୮ରୁ ଛାଡ଼ିବ ବୋଲି କୁହାଗଲା। ଏଭଳି ଘୋଷଣା ଶୁଣି ଯାତ୍ରୀଙ୍କ ଭିତରେ ଧାଁଧଉଡ଼ ଆରମ୍ଭ ହୋଇଯାଇଥିଲା। ଦଳାଚକଟା ସ୍ଥିତି ଉପୁଜିଥିଲା। ପରସ୍ପରକୁ ଧକା ଦେଇ ଟ୍ରେନରେ ଚଢ଼ିବାକୁ ଆରମ୍ଭ ହୋଇଥିଲା ପ୍ରତିଯୋଗିତା। ଏଥିରେ ଅନେକ ଯାତ୍ରୀ ଟ୍ରେନରୁ ପଡ଼ି ଆହତ ହୋଇଛନ୍ତି। ଏଭଳି ଘଟଣା କାହିଁକି ଘଟିଲା। କିଏ ଏଥିଲାଗି ଦାୟୀ। ତାହାର ଛାନଭିନ୍ ଆରମ୍ଭ ହୋଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now