ଠିକାଦାରଙ୍କୁ ବିରୋଧ କରିବାରୁ ଯନ୍ତ୍ରୀଙ୍କୁ ନିର୍ମମ ହତ୍ୟା ! କପା କିଆରିରୁ ମିଳିଲା କ୍ଷତ ବିକ୍ଷତ ମୃତ ଦେହ

Spread the love

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଲକ ରେ ଯନ୍ତ୍ରୀଙ୍କୁ ନିର୍ମମ ହତ୍ୟା।  ଜଣେ କାର୍ଯ୍ୟରତ ଯନ୍ତ୍ରୀଙ୍କୁ୍ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଘଟଣା ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି  । ପାଟଣାଗଡ ବ୍ଲକ ଅନ୍ତର୍ଗତ ସୋଲବନ୍ଧ ପଂଚାୟତ ବନକାବିଅର ଗ୍ରାମ ନିକଟ ଏକ କପା କିଆରିରୁ ମିଳିଛି ପାଟଣାଗଡ ବ୍ଲକ ର ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ କ୍ଷତ ବିକ୍ଷତ ମୃତ ଦେହ ।

ଅଜି ସକାଳୁ ଗ୍ରାମର କିଛି ବ୍ୟକ୍ତି ଛେଳି ଚରାଇବାକୁ ଯାଇଥିବା ବେଳେ ଏକ କପା କିଆରୀରେ ଏକ ମୃତ ଦେହ ପଡିଥିବା ଦେଖିଥିଲେ । ଗ୍ରାମବାସୀ ଏ ବିଷୟରେ ଜାଣିବା ପରେ ପାଟଣାଗଡ ପୋଲିସ କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଥିଲା । ପରେ ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ଏବଂ କର୍ମଚାରୀ ମାନେ ଆସି ମୃତ ଦେହକୁ ଚିହ୍ନଟ କରି ଏହା ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁଙ୍କ ବୋଲଚିହ୍ନଟ କରିଥିଲେ । ମୃତକ ଙ୍କ ଘର କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ଡିମିରି ଗୋପାଲପୁର ଗ୍ରାମର ବୋଲି ଜଣାପଡିଛି ।

ଯନ୍ତ୍ରୀ ସାହୁ ଗତ ୨ ବର୍ଷ ହେବ ପାଟଣାଗଡ ବ୍ଲକ ରେ କାର୍ଯ୍ୟରତ ଥିବା ବେଳେ ତାଙ୍କର କେହି ଶତୃ ନଥିଲେ ବୋଲି ତାଙ୍କ ସହକର୍ମଚାରୀ ମାନେ କହୁଥିବା ବେଳେ ପାରିପାର୍ଶ୍ୱିକ ପରିସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପାଟଣାଗଡ ଏସଡିପିଓ ଜ୍ୟୋତିର୍ମୟ ଭୁକ୍ତ ନିଜେ ସାଇଣ୍ଟିଫିକ ଦଳ ସହ ପହଞ୍ଚି ତଦନ୍ତକୁ ଜୋରଦାର କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଏବଂ ଘଟଣାର ରହସ୍ୟ ଜଣାପଡିବ ବୋଲି କହିଛନ୍ତି । ତେବେ ଘଟଣାର ତଦନ୍ତ ପରେ ହିଁ ହତ୍ୟାକାଣ୍ଡର ପ୍ରକୃତ ସତ୍ୟାସତ୍ୟ ପଦାକୁ ଆସିପାରିବ ।

Leave a Reply

Your email address will not be published. Required fields are marked *