୪ଦିନ ହେଲା ନୌସେନା ଅଫିସର୍ ନିଖୋଜ ଥିବା ବେଳେ ଅପହରଣ ହୋଇଥିବା ସନ୍ଦେହ ହୋଇଛି । କେରଳର କୋଚି ଆଇଏନ୍ଏସ୍ ଗରୁଡ଼ରେ ଯୋଗ ଦେବାକୁ ଯାଉଥିଲେ ଜଣେ ୨୫ ବର୍ଷୀୟ ନୌସେନା ଅଧିକାରୀ ସୌରଭ କୁମାର ପାତ୍ର। ୨୦୧୯ରୁ ସେ ନୌସେନାରେ ନିଯୁକ୍ତି ପାଇଥିଲେ। କେରଳର କୋଚି ଆଇଏନ୍ଏସ୍ ଗରୁଡ଼ରେ ତାଙ୍କର ନିଯୁକ୍ତି ଥିଲା। ୨୦୨୪ ଡିସେମ୍ୱର ୨୮ରେ ସେ ଘରକୁ ଛୁଟିରେ ଆସିଥିଲେ। ଜାନୁଆରୀ ୧୯ ତାରିଖରେ ତାଙ୍କର କୋଚି ଫେରିବାର ଥିଲା। ବ୍ରହ୍ମପୁରରୁ ଟ୍ରେନ୍ ଯୋଗେ ବିଶାଖାପାଟଣା ଯାଇ ସେଠାରୁ କୋଚିକୁ ଫ୍ଲାଇଟ୍ ଟିକଟ ହୋଇଥିଲା। ଭୋର ୩ଟାରେ ଜାନୁଆରୀ ୧୯ରେ ବ୍ରହ୍ମପୁର ରେଳ ଷ୍ଟେସନ୍ରେ ସୌରଭଙ୍କୁ ଟ୍ରେନ୍ରେ ବସାଇଥିଲେ ପରିବାର ଲୋକ। ଅପରାହ୍ନରେ ତାଙ୍କର ଫ୍ଲାଇଟ୍ ଥିଲା । ବ୍ରହ୍ମପୁରରୁ ଯିବା ପରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ପରିବାର ଲୋକ ବାରମ୍ୱାର ତାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଥିଲା । ପରିବାର ଲୋକ ଖୋଜାଖୋଜି କରିବା ପରେ ବିଶାଖାପାଟଣା ଏୟାରପୋର୍ଟରେ ସୌରଭଙ୍କ ଅନୁସନ୍ଧାନ କରିଥିଲେ। କିନ୍ତୁ ସେ ସେଠାରେ ଚେକଇନ୍ କରିନଥିବା ଜଣାପଡିଥିଲା। ତେଣୁ ତାଙ୍କ ମାଆ ନିତୁ ପାତ୍ର ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। କୋଚି ଆଇଏନଏସ୍ ଗରୁଡ଼ ଅଧିକାରୀଙ୍କ ସହ କଥା ହୋଇଥିଲେ ପରିବାର ଲୋକ। ସୌରଭ ସେଠାରେ ବି କାର୍ଯ୍ୟରେ ଯୋଗ ଦେଇନଥିବା ଅଧିକାରୀ ଫୋନରେ କହିଥିବା ଜଣା ପଡିଛି। ପୁଲିସ ସୌରଭଙ୍କ ମୋବାଇଲ ଲୋକେସନ୍ ଯାଞ୍ଚ କରିଥିଲା । ଇଛାପୁରମ ଠାରେ ତାଙ୍କର ଶେଷ ମୋବାଇଲ୍ ଲୋକେସନ୍ ଥିବା ଜଣାପଡିଛି। ତେବେ ଯଦି ଅପହରଣ ହୋଇଛି ତାର କାରଣ କଣ ହୋଇପାରେ ତାକୁ ନେଇ ତନାଘନା ଜାରି ରହିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now