ପଠାନକୋଟ କି ପାକିସ୍ତାନ ବଦଳି- ଭୟ ନାହିଁ!

 ଚାଇନା ମାଞ୍ଜାସୂତା ଷ୍ଟୋର୍ କରିବା, ବିକିବା ଓ ଏହାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି ପଞ୍ଜାବ ପୁଲିସ। କାରଣ ଏହି ଚାଇନା ମାଞ୍ଜା ସୂତାରେ ମଣିଷ ସମେତ ପଶୁପକ୍ଷୀଙ୍କ ଜୀବନ ବିପଦରେ ପଡ଼ୁଛି। ଯିଏ ଏହାକୁ ବିକ୍ରି କରିବ, ସେମାନଙ୍କ ବିରୁଦ୍ଧରେ ସ୍ୱତନ୍ତ୍ର ଅଭିଯାନ ଜାରି ରଖି ଧରପଗଡ଼ ଓ ଗିରଫଦାରି ଜାରି ରହିଛି।  ଏଭଳି ଘାତକ ମାଞ୍ଜାସୂତାରେ ନିକଟରେ ଜଣେ ପିଲାର ବେକ କଟିଥିଲା। ପିଲାଟିର ଅବସ୍ଥା ଗୁରୁତର ଅଛି। ବଞ୍ଚିବ କି ନାହିଁ, ଜଣାନାହିଁ। ଯିଏ ଏଭଳି ବେଆଇନ ବିକ୍ରି କରୁଥିଲା, ତାକୁ ଥାନାକୁ ଆଣିବା ପରେ ଏକ ଅଭାବନୀୟ ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଥାନା ଅଧିକାରୀ ଓ ବିଧାୟକଙ୍କ ଭିତରେ କଥୋପକଥନର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। କୁଆଡ଼େ ଅଭିଯୁକ୍ତଙ୍କୁ ଛାଡ଼ିବାକୁ ପୁଲିସ ଉପରେ ଚାପ ପକାଉଥିଲେ ବିଧାୟକ। କିନ୍ତୁ ଥାନା ଅଧିକାରୀ ନ ଶୁଣିବାରୁ ବିଧାୟକ ତାଙ୍କୁ ପଠୋନକୋଟ ବଦଳି କରିବାକୁ ଧମକ ଦେଇଛନ୍ତି। କିନ୍ତୁ ଥାନା ବାବୁ ଏଥିରେ ସାମାନ୍ୟ ବି ବିଚଳିତ ହୋଇନଥିଲେ। ବେଆଇନ ମହଜୁଦକାରୀ ଓ ବିକ୍ରେତାଙ୍କ ବିରୁଦ୍ଧରେ ଆଇନଗତ ଆକ୍ସନ ନେବାକୁ ପଡ଼ିବ ବୋଲି କହିବାରୁ ସେପଟେ ଚିହିଁକି ଉଠିଥିଲେ ବିଧାୟକ ଜଣକ। ଆଉ ଥାନା ଅଧିକାରୀ କହିଥିଲେ, ପଠାନକୋଟ ନା ପାକିସ୍ତାନ ଯେଉଁଠି ଟ୍ରାନ୍ସଫର କରିବା କଥା କରନ୍ତୁ। ସେ ୫ ବର୍ଷ କ୍ଷମତାରେ ରହିବେ। କିନ୍ତୁ ସେ ଅବସର ନେବା ଯାଏ ଚାକିରୀ କରିବେ। ଏଥିରେ ବିଧାୟକ କ୍ଷୁବ୍ଧ ହୋଇ କହିଥିଲେ ଯେ, ଅବସରର ବହୁ ପୂର୍ବରୁ ତାଙ୍କର ଚାକିରୀ ନେଇଯିବେ। ଆଇନ ଅନୁସାରେ କାମ ହେଉଛି। ଏଥିରେ କୌଣସି ବିଧାୟକ କି ମନ୍ତ୍ରୀଙ୍କ ହସ୍ତକ୍ଷେପ ଉଚିତ୍ ନଥିଲା। ଏମିତିରେ ପଲିଟିକାଲ ପ୍ରେସର ସବୁବେଳେ ରୁହେ। କିନ୍ତୁ ବର୍ଦ୍ଦିରେ ରହି ସେ ନ୍ୟାୟ କରିବା ତାଙ୍କର ମୂଳ କର୍ତ୍ତବ୍ୟ। ପରେ ବିଧାୟକ ପୁଣି ଫୋନ୍ କରିଥିଲେ। ଏଥର କିନ୍ତୁ ନରମ ଆଭିମୁଖ୍ୟ ଗ୍ରହଣ କରିଥିଲେ। କାରଣ ଅଧିକାରୀ ଜଣକ କହିଥିଲେ, ଚାଇନା ମାଞ୍ଜାସୂତା ବିକ୍ରି କଟକଣାକୁ ସେ ଘୋଷଣା କରିଥିଲେ। ପୁରା ପଞ୍ଚାୟତର ସମ୍ମାନଜନକ ଲୋକ ବି ଥାନାରେ ବଞ୍ଚିଛନ୍ତି। ଯଦି ପିଲାଟିର କିଛି ହେବ, ତା ହେଲେ ବିକ୍ରି କରୁଥିବା ଦୋକାନୀ ବିରୁଦ୍ଧରେ ଜରିମାନା ସାଙ୍ଗକୁ ଜେଲ୍ ଯାଏ ଆଇନ ଅନୁସାରେ ଆକ୍ସନ ହେବ। ବିଧାୟକ ରାଗିକି କହିଲେ ବି ଶେଷରେ ବୁଝିଥିଲେ ଥାନା ଅଧିକାରୀ। କାରଣ ସେ ଚାକିରୀ କରୁଛନ୍ତି। ସେ ପବ୍ଲିକ ସର୍ଭାଣ୍ଟ। ଚାଇନା ମାଞ୍ଜା ବିକୁଥିବା ଲୋକେ ୧ଲକ୍ଷ ଟଙ୍କା ଜରିମାନା ଦେବେ ବୋଲି କୁହାଯାଇଥିଲା। ଜରିମାନା ନିଶ୍ଚିତ ଓ ସର୍ବସମ୍ମୁଖରେ କ୍ଷମା ମଗାଇବେ ବୋଲି ପଣ କରିଥିଲେ ପୁଲିସ ଅଧିକାରୀ। ସେପଟେ ଏଭଳି ଭାଇରାଲ ଭିଡିଓକୁ ନେଇ ଅନେକ ପ୍ରତିକ୍ରିୟା ଆସୁଛି। କିଏ କହୁଛି ଏହା ମନୋରଞ୍ଜନ ଓ  ସଚେତନତା ଦୃଷ୍ଟିରୁ ଭିଡିଓ ହୋଇଛି। ତ କିଏ ପୁଲିସ ବିନା ଚାପରେ କାମ କରିବାରୁ ସାବାସି ଦେଇଛି। ପୁଣି କିଏ ବିଧାୟକଙ୍କ ଏଭଳି ବଦଳି ଚାପ କେତେଦୂର ଯୁକ୍ତିସଙ୍ଗତ ବୋଲି ଅଙ୍ଗୁଳି ଉଠାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *