ପାକିସ୍ତାନ ଚେକ୍ ପୋଷ୍ଟରେ ଆତଙ୍କୀ ହମଲା। ୧୬ ସୈନ୍ୟ ମୃତ। ପାକିସ୍ତାନର ଖାଇବର ପାଖତୁନଖ୍ୱା ପ୍ରଦେଶରେ ଏକ ଚେକ ପୋଷ୍ଟ ଉପରେ ଆତଙ୍କୀ ଆକ୍ରମଣରେ ୧୬ ଜଣ ସୈନ୍ୟ ନିହତ ହୋଇଛନ୍ତି। ଏବଂ ଅନ୍ୟ ୮ଜଣ ଆହତ ହୋଇଛନ୍ତି। ଦୁଇ ଘଣ୍ଟା ସମୟ ଧରି ଆତଙ୍କବାଦୀ ଏବଂ ସୈନ୍ୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଆତଙ୍କୀମାନେ ପୋଷ୍ଟରରେ ନିଆଁ ଲଗାଇ ଦେଇଥିବା ବେଳେ ଦସ୍ତାବିଜ, ୱାରଲେସ ଉପକରଣ ସମେତ ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଯାଇଛି। ଆଫଗାନିସ୍ତାନ ସୀମାକୁ ଲାଗିଥିବା ଦକ୍ଷିଣ ୱାଜିରିସ୍ତାନ ଜିଲ୍ଲାର ମାକିନ ସ୍ଥିତ ଲିଟା ସଦ ଚେକ ପୋଷ୍ଟ ଉପରେ ଆତଙ୍କୀ ହମଲା ହୋଇଥିଲା।
Naxatra News is now on Whatsapp
Join and get latest news update delivered to you via whatsapp
Join Now