ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ନକଲି ଡାକ୍ତର ଗିରଫ । ସଦର ମୁଖ୍ୟ ଚିକିତ୍ସାଳୟର ପୁରୁଷ ବିଭାଗରେ ଜଣେ ଯୁବକ ପ୍ରାୟ ସାତ ଦିନ ହେବ ରୋଗୀ ମାନଙ୍କ ସେବା କରୁଥିଲେ। ଜଣେ କମ ବୟସ୍କ ଡାକ୍ତର ଭଳି ଦେଖାଯାଉଥିବା ଯୁବକ କିଭଳି ଡାକ୍ତର ହୋଇପାରେ ବୋଲି ଉକ୍ତ ୱାର୍ଡରେ କାର୍ଯ୍ୟ କରୁଥିବା ନର୍ସ ଭାବିଥିଲେ ମଧ୍ୟ ପଚାରିବାକୁ ସାହାସ କରୁନଥିଲେ ।ତେଣୁ ଏହାର ସୁଯୋଗ ନେଇ ଯୁବକ ଜଣକ ପ୍ରତିଦିନ ମେଡିକାଲ ଆସି ରୋଗୀ ମାନଙ୍କୁ ଚିକିତ୍ସା କରୁଥିଲେ । ହେଲେ ଏହାପରେ ନର୍ସମାନଙ୍କ ମଧ୍ୟରେ ସନ୍ଦେହ ଜାତ ହୋଇଥିଲା । ଏହାପରେ ନର୍ସ ମାନେ ଉକ୍ତ ଯୁବକଙ୍କୁ ତାର ପରିଚୟ ପଚାରିଥିଲେ । ସେ ତାର ପରିଚୟରେ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟାଳୟ ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ଛାତ୍ର ଅମି ଆରୁଶ ପରିଡା ବୟସ ୧୭ ହେବା ସହ ଘର ସମୁଦ୍ରକୂଳ ଥାନା ଅନ୍ତର୍ଗତ ଗୋରା କବର ଲେନ୍ ବୋଲି କହିଥିଲା। ଡାକ୍ତରୀ ପାଠ ଶିଖିବା ପାଇଁ ମେଡିକାଲ କୁ ଆସୁଥିଲା ବୋଲି କହିଥିଲା ।ଏହାପରେ ନର୍ସ ମାନେ ସଙ୍ଗେ ସଙ୍ଗେ ମେଡିକାଲ ଫାଣ୍ଡି ପୋଲିସଙ୍କୁ ଡାକି ଉକ୍ତ ଯୁବକକୁ ତାଙ୍କ ହସ୍ତାନ୍ତର କରିଥିଲେ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now