ବାପା ସହ ଭଉଣୀକୁ ପଥରରେ ଛେଚି ହତ୍ୟା

ଜଗତସିଂହପୁର: ସଦର ଥାନା ଜୟବଡ଼ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ । ହତ୍ୟାକାଣ୍ଡରେ ବାପା ,ମାଆ ଓ ଝିଅ ମୃତ । ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ପୁଅ ଗିରଫ । ଜୟବଡ଼ ଗ୍ରାମର ପ୍ରଶାନ୍ତ ସେଠୀ ଓରଫ କାଳିଆ ଓ ମା କନକଲତା ସେଠୀ ଓ ଝିଅ ମାମାଲି ସେଠୀଙ୍କୁ ପୁଅ ସୂର୍ଯ୍ୟକାନ୍ତ ସେଠୀ ପଥର ଓ ହେମଦସ୍ତାରେ ଛେଚି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ହତ୍ୟାକାରୀ ସୂର୍ଯ୍ୟକାନ୍ତ ଫେରାର ହେଉଥିବା ସମୟରେ ପୋଲିସ ପୋଷ୍ଟ ଅଫିସ ଛକରୁ ଗିରଫ କରିଛି । ଘଟଣାସ୍ତଲରେ ନିଜେ ଏସପି ଭବାନୀ ଶଙ୍କର ଉଦଗାତା ଓ ସଦରଥାନା ଆଇଆଇସି ପ୍ରଭାସ ରଞ୍ଜନ ସାହୁ ପହଂଚି ତଦନ୍ତ ଆରମ୍ବ କରିଛନ୍ତି । ପାରିବାରିକ ଅଶାନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ଏହି ଟ୍ରିପଲ ମର୍ଡର ଘଟିଛି ତାହା ପୋଲିସ ତଦନ୍ତ ଆରମ୍ଭ କରିଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *