ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ ବିଧାୟକ

Spread the love

ବିଡିଓଙ୍କୁ ମାଡ଼ ମାରି ଗିରଫ ହେଲେ ଦେବଗଡ ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ। ବିଧାୟକଙ୍କୁ ଭୁବନେଶ୍ୱରର ସରକାରୀ କ୍ଵାଟର୍ସରୁ ଗିରଫ କରିଛି ଦେବଗଡ ପୋଲିସ । ତିଳେଇବଣି ବିଡିଓଙ୍କୁ ମାଡ ମାରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ବିଧାୟକଙ୍କ ୩ ସହଯୋଗୀଙ୍କୁ ବି ଗିରଫ ପୋଲିସ ଗିରଫ କରିଛି ।

ତିଳେଇବଣି ବିଡିଓ କୃଷ୍ଣ ଚନ୍ଦ୍ର ଦଳପତି ଛେପଲିପାଲି ପଂଚାୟତ ଭାଲିଆଗୁଡ଼ି ଗ୍ରାମକୁ ଏକ ଯୁଗ୍ମ ତଦନ୍ତ ରେ ଯାଇଥିବା ସମୟରେ ସେଠାରେ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ, ତାଙ୍କ ସହଯୋଗୀ ସେଠାରେ ପହଞ୍ଚି ବିଡ଼ିଓ ଙ୍କୁ ଅତର୍କିତ ମାଡ ମାରିଥିଲେ । ଏହାସହ ବିଧାୟକଙ୍କୁ ଗାଡ଼ିରେ ବଳ ପୂର୍ବକ ଉଠାଇ ନେବାକୁ ଉଦ୍ୟମ କରିଥିଲେ l ତେବେ ସେଠାରେ ଥିବା ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଆକ୍ରମଣକାରୀଙ୍କ କବଳରୁ ବିଡିଓ ଙ୍କୁ ଉଦ୍ଧାର କରିବା ସହ ଚିକତ୍ସା ପାଇଁ ମେଡିକାଲକୁ ନେଇଥଲେ। ଆହତ ବିଡ଼ିଓ ପ୍ରାଥମିକ ଚିକିତ୍ସାପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେବାସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ସେପଟେ ବିଧାୟକଙ୍କ ଗିରଫଦାରୀ ନେଇ ବିଜେପିର ପ୍ରତିକ୍ରିୟା । ଘଟଣା ସମ୍ପର୍କରେ ଆମେ ତଥ୍ୟ ସଂଗ୍ରହ କରୁଛି । କର୍ମୀ ଓ ଦଳର ଓକିଲଙ୍କ ସହ ଆଲୋଚନା ପରେ ଆଭିମୁଖ୍ୟ ସ୍ପଷ୍ଟ ହେବ ବୋଲି ବିଜେପି କହିଛି । ଅନ୍ୟପଟେ କର୍ତ୍ତବ୍ୟରତ ସରକାରୀ ଅଧିକାରୀଙ୍କୁ ବାଡ଼େଇବା ମର୍ଦ୍ଦପଣିଆ ନୁହେଁ ବୋଲି ବିଜେଡ଼ି ମୁଖପାତ୍ର ଲେଲିନ ମହାନ୍ତି କହିଛନ୍ତି।

Leave a Reply

Your email address will not be published. Required fields are marked *