ବିବାହିତ ମହିଳାଙ୍କ ଯୌନସମ୍ପର୍କରେ ଅଭିଜ୍ଞତା ଥିଲେ ଏହାକୁ କାହା ଇଛା ବିରୁଦ୍ଧରେ ବୋଲି କୁହାଯାଇପାରିବନି। ଆହ୍ଲାବାଦ ହାଇକୋର୍ଟ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ଜାମିନ୍ ଦେଲା ବେଳେ ଏଭଳି ଟିପ୍ପଣୀ କରିଛନ୍ତି। ଅଭିଯୁକ୍ତ ଜଣକ ୩୦ବର୍ଷୀୟା ବିଧବା ଯାହାଙ୍କର ୩ଟି ସନ୍ତାନ ଅଛି। ତାଙ୍କୁ ଦୁଷ୍କର୍ମ କରିଥିଲେ। ଆଉ ହାଇକୋର୍ଟ କହିଛନ୍ତି। ଯଦି ଜଣେ ବିବାହିତ ମହିଳା ଯୌନସମ୍ୱନ୍ଧ ରଖିବାରେ ଅଭିଜ୍ଞତା ଥିବ। ଆଉ ସେ କାହା ସହ ସମ୍ପର୍କ ରଖିଲା ବେଳେ ବାଧା ଦେଇନଥିବେ। ଏହାକୁ ତାଙ୍କ ଇଛା ବିରୁଦ୍ଧରେ ବୋଲି କୁହାଯାଇପାରିବନି। ଜଷ୍ଟିସ ସଞ୍ଜୟ କୁମାର ସିଂଙ୍କ ଖଣ୍ଡପୀଠ ଏହା କହି ୨୦ ବର୍ଷୀୟ ଅଭିଯୁକ୍ତକୁ ଜାମିନ୍ ଦେଇଛନ୍ତି। ଯିଏ ସେପ୍ଟେମ୍ୱର ୨୦୨୪ରେ ଗିରଫ ହୋଇଥିଲା। ଆଉ ଧାରା ୩୭୬, ୫୦୪ ଓ ୫୦୬ରେ ହୋଇଥିବା ଚାର୍ଜସିଟକୁ ସମ୍ମୁଖୀନ ହୋଇଛି। ଅଭିଯୋଗକାରିଣୀଙ୍କ ୪, ୭ ଓ ୯ ବର୍ଷର ତିନୋଟି ପିଲା ଅଛନ୍ତି। ଆଉ କାହା ସହ ଯୌନସମ୍ୱନ୍ଧ ରଖିବା ବେଳେ ତାଙ୍କର ନୈତିକତା ଓ ସହମତିକୁ ସେ ଭଲ ଭାବେ ବୁଝିଛନ୍ତି। ପୀଡ଼ିତାଙ୍କ ସ୍ୱାମୀଙ୍କର ୪ ବର୍ଷ ତଳେ ଦେହାନ୍ତ ହୋଇଛି। ଅଭିଯୁକ୍ତ ୨୦ ବର୍ଷୀୟ ଯୁବକ ସମ୍ପର୍କରେ ତାଙ୍କର ଦିଅର। ଗଲା ୨ ବର୍ଷ ହେଲା ତାଙ୍କୁ ବିବାହ କରିବା ଓ ପିଲାଙ୍କ ଯତ୍ନ ନେବାର କଥା ଦେଇ ତାଙ୍କ ସହ ନିରନ୍ତର ଯୌନସମ୍ପର୍କ ରଖିଆସୁଥିଲା। କିନ୍ତୁ ଏଥର ଗର୍ଭବତୀ ପରେ ଅଭିଯୁକ୍ତ ବିବାହ କରିବାକୁ ମନା କରିଦେଲା। ଆଉ ଗର୍ଭପାତ ଲାଗି ଚାପ ପକାଉଥିଲା। ଆଉ ଫୋନ୍ ବନ୍ଦ କରି ଯୋଗାଯୋଗ ରଖିଲାନି। କୋର୍ଟରେ ମାମଲାର ଶୁଣାଣୀ ବେଳେ ଅଭିଯୁକ୍ତର ଓକିଲ ଯୁକ୍ତି ରଖିଥିଲେ ଯେ, ନିଜର ବ୍ୟକ୍ତିଗତ ସ୍ୱାର୍ଥ ସକାଶେ ସେ ସମ୍ପର୍କ ରଖିବାକୁ ସହମତି ଦେଇଥିଲେ। ଏପରିକି ଡାକ୍ତରୀ ପରୀକ୍ଷାରେ ବି ପ୍ରେଗନାନ୍ସି ଟେଷ୍ଟ ନେଗେଟିଭ୍ ବାହାରିଲା। ଇଣ୍ଟରନାଲ ମେଡିକାଲ ପରୀକ୍ଷା ଲାଗି ବି ରାଜି ହୋଇନଥିଲେ ପୀଡ଼ିତା। ଯେହେତୁ ବିବାହ କରିବାକୁ ଅଭିଯୁକ୍ତ ମନା କରିଦେଲା। ଏଥିରେ ରାଗି ମିଛ ଦୁଷ୍କର୍ମ ମାମଲାରେ ଛନ୍ଦି ଦିଆଗଲା। ଆଉ ଯେହେତୁ ଗର୍ଭବତୀ ହେବାର କୌଣସି ପ୍ରମାଣ ନାହିଁ। ସେଥିଲାଗି ଏହାକୁ ଦେଖି ଅଦାଲତ ଅଭିଯୁକ୍ତକୁ ଜାମିନ୍ ଦେଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now