ମଦ ଗାଡିକୁ ପିଟିଲା ହାଇୱା

ମଦ ଗାଡିକୁ ପିଟିଲା ହାଇୱା , ଜଣେ ମୃତ୍ୟୁ। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ପଙ୍କପାଳ ପାଖରେ । କଟକରୁ ପାରାଦୀପ ଆଡକୁ ଆସୁଥିବା ଏକ ମଦ ବୋଝେଇ ପିକଅପ ଭ୍ୟାନ ଗାଡିରେ ଯାନ୍ତ୍ରିକ ତୃଟି କାରଣରୁ ରାସ୍ତାକଡରେ ଛିଡା ହୋଇଥିବା ବେଳେ ଦ୍ରୁତଗତିରେ ରାତି ଅଧରେ ଆସୁଥିବା ଏକ ଚୋରା ବାଲି ବୋଝେଇ ହାଇୱା ଆସି ତାକୁ ଧକ୍କା ଦେଇଥିଲା। ମଦ ବୋଝେଇ ପିକଅପ ଭ୍ୟାନଟି ରାସ୍ତା କଡକୁ ଓଲଟି ପଡିବାରୁ ତଳେ ଛିଡା ହୋଇଥିବା ପିକଅପ ଭ୍ୟାନର ହେଲପରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *