ଯୁବକଙ୍କୁ ଥାନା ଭିତରେ ପୋଲିସ ମାଡ ମାରିଥିବା ଅଭିଯୋଗ। ମାଡ ମାରିଥିବା ପୋଲିସ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି ନେଇ ଥାନାରେ ଲିଖିତ ଅଭିଯୋଗ କଲେ ସ୍ତ୍ରୀ। ଭଦ୍ରକ ମୋଟେଲ ଛକ ନିକଟରେ ଜଣେ ନିଶାସକ୍ତ ଯୁବକଙ୍କୁ ପୋଲିସ ଉଠାଇ ଆଣି ଥାନା ଭିତରେ ମାଡ ମାରିଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ସ୍ତ୍ରୀ। ଏନେଇ ଭଦ୍ରକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ତାଙ୍କ ସ୍ତ୍ରୀ। ଭଦ୍ରକ ମୋଟେଲ୍ ଛକ ନିକଟରେ ନିଶାସକ୍ତ ଭାବେ ଜୀବନ ଜେନା ନାମକ ଜଣେ ସ୍ଥାନୀୟ ଯୁବକ ଉନ୍ମତକାଣ୍ଡ କରୁଥିବା ବେଳେ, ସାଧା ପୋଷାକଧାରୀ ଜଣେ ମହିଳା ପୋଲିସ ରାସ୍ତାରେ ଯାଉଥିବା ଥିଲେ । ପିସିଆରକୁ ଡକାଇ ନିଶାସକ୍ତ ଯୁବକଙ୍କୁ ଥାନାକୁ ନେବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ମହିଳା ପୋଲିସ ଜଣକ ରାଗି ଯାଇ ସମ୍ପୃକ୍ତ ଯୁବକଙ୍କୁ ଜିଆଇ ତାରରେ ପିଟିଥିଲେ। ତା ପରେ ଯୁବକଙ୍କୁ ପୋଲିସ ଭ୍ୟାନ ରେ ଟାଉନ୍ ଥାନାକୁ ନେଇ ଯାଇଥିଲେ। ତେବେ ଥାନା ପରିସରରେ ପୁଣି ମାଡ ମାରିଥିବା ଅଭିଯୋଗ କରିଛନ୍ତି ଯୁବକଙ୍କ ସ୍ତ୍ରୀ ରୁବିନା ନାୟକ। ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ମାଡ଼ ମାରିଥିବା ସମ୍ପୃକ୍ତ ପୋଲିସ ଅଧିକାରୀ ଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now