ଦେବଗଡ଼ ମହାବିଦ୍ୟାଳୟ କନିଷ୍ଠ କିରାଣି ମଞ୍ଜୁଳା ପ୍ରଧାନ ଗିରଫ। ସାର୍ଟିଫିକେଟ ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଦେବଗଡ଼ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଭାଲିଆଡିହି ଗ୍ରାମର ଶକ୍ତିମାନ ରଣାଙ୍କ +2 ସାର୍ଟିଫିକେଟ ନଷ୍ଟ ହୋଇଯାଇଥିଲା। ନୂତନ ସାର୍ଟିଫିକେଟ ପାଇଁ ଆବେଦନ କରିଥିବା ବେଳେ କନିଷ୍ଠ କିରାଣି ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଆଜି ନଗଦ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଲା ଭିଜିଲାନ୍ସ। କାର୍ଯ୍ୟାଳୟ ଭିତରୁ କନିଷ୍ଠ କିରାଣିଙ୍କୁ ଗିରଫ କରିଛି ଭିଜିଲାନ୍ସ ।

Naxatra News is now on Whatsapp
Join and get latest news update delivered to you via whatsapp
Join Now