ଶିକ୍ଷୟତ୍ରୀଙ୍କୁ ମାରିବାକୁ ବାଥ୍ରୁ‌ମରେ ଖଞ୍ଜିଥିଲେ ବୋମା

ବାଥରୁମରେ ବୋମା ଫିଟ୍- ଟାର୍ଗେଟରେ ଥିଲେ ଶିକ୍ଷୟତ୍ରୀ

ଟାର୍ଗେଟରେ ଥିଲେ ଶିକ୍ଷୟତ୍ରୀ। ସେଥିଲାଗି ଓ୍ୱାସରୁମରେ ଖଞ୍ଜିଥିଲେ ବୋମା। ଅଷ୍ଟମ ଶ୍ରେଣୀର ୫ଜଣ ଛାତ୍ରଛାତ୍ରୀ ଶିକ୍ଷୟତ୍ରୀଙ୍କୁ ମାରିବାକୁ କରିଥିଲେ ପ୍ଲାନ୍। କିନ୍ତୁ ସୌଭାଗ୍ୟବଶତଃ ଶିକ୍ଷୟତ୍ରୀ ବର୍ତ୍ତିଗଲେ। କିନ୍ତୁ ବାଥରୁମରେ ବିସ୍ଫୋରଣରୁ ଜଣେ ଚତୁର୍ଥ ଶ୍ରେଣୀର ଛାତ୍ରୀ ଗୁରୁତର ଆହତ ହୋଇଛି। ଛତିଶଗଡ଼ର ବିଲାସପୁର ଜିଲ୍ଲାର ଏକ ସ୍କୁଲରୁ ଆସିଛି ଏଭଳି ଅଭାବନୀୟ ଘଟଣା। ଶିକ୍ଷୟତ୍ରୀଙ୍କ ଗାଳିରେ ରାଗରେ ଜଳୁଥିଲେ ଏମାନେ। ସବୁଦିନ ଲାଗି ରାସ୍ତାରୁ ହଟାଇବାକୁ କରିଥିଲେ ପଣ। ସଂପୃକ୍ତ ଛାତ୍ରଛାତ୍ରୀ ବିସ୍ଫୋରଣର ଉପାୟ ଅନଲାଇନ ଭିଡ଼ିଓ ଦେଖିକି ଶିଖିଥିଲେ। ବୋମାରେ ସୋଡିୟମ ମେଟାଲର ବ୍ୟବହାର କରିଥିଲେ। ପାଣି ସଂସ୍ପର୍ଶରେ ଆସିବା ମାତ୍ରେ ଏହା ବିସ୍ଫୋରଣ ହୋଇଥାଆନ୍ତା। ଜଣେ ଛାତ୍ର ନିଜ ସମ୍ପର୍କୀୟଙ୍କ ଆଇଡିରୁ ଅନଲାଇନରେ ସୋଡିୟମ ମେଟାଲ କିଣିଥିଲା। ଏହାକୁ ବାଥରୁମର ଫ୍ଲସ ଟ୍ୟାଙ୍କରେ ଲଗାଇଦେଇଥିଲା। କିନ୍ତୁ ଚତୁର୍ଥ ଶ୍ରେଣୀ ଛାତ୍ରୀ ବାଥରୁମ ଯାଇ ଫ୍ଲସ ଚିପିବା ମାତ୍ରେ ପାଣି ଓ ପରିଶ୍ରା ସଂସ୍ପର୍ଶରେ ଆସି ଏହା ବିସ୍ଫୋରଣ କରିଥିଲା। ଫେବୃଆରୀ ୨୧ର ଘଟଣା। ଶିକ୍ଷୟତ୍ରୀଙ୍କୁ ମାରିବାକୁ ଏଭଳି ଯୋଜନା କରିଥିବା ୩ ଛାତ୍ରୀ ଓ ୨ ଛାତ୍ରଙ୍କ କାରସାଦିକୁ ପୁଲିସ ଧରିଛି। ସିସିଟିଭି ଫୁଟେଜ ଦେଖି ଫେବୃଆରୀ ୨୩ରେ ୪ ଜଣ ଛାତ୍ରଛାତ୍ରୀଙ୍କୁ ଚିହ୍ନଟ କରି ପୁଲିସ ହେପାଜତକୁ ନେଇଥିଲା। ଆଉ ଜଣେ ଛାତ୍ର ନିଜ ସମ୍ପର୍କୀୟ ଘରକୁ ଯାଇଥିଲା। ତାକୁ ଠାବ କରିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ଜୁଭେନାଇଲ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ ବାଳ ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି। ଆହତ ଛାତ୍ରୀଙ୍କୁ ବର୍ଣ୍ଣ ଓ ଟ୍ରମା ହସ୍ପିଟାଲରେ ଆଡମିଟ୍ କରାଯାଇଛି। କୋମଳମତି ଛାତ୍ରଛାତ୍ରୀଙ୍କ ଭିତରେ ଶିକ୍ଷୟତ୍ରୀଙ୍କୁ ଜୀବନରେ ମାରିବାକୁ ଏଭଳି ଷଡ଼ଯନ୍ତ୍ରର ମନୋବୃତ୍ତିକୁ ନେଇ ସବୁଠି ଚିନ୍ତା ପଶିଛି। ଏହି ବୟସରୁ ଅପରାଧ କରିବାର ମାନସିକତା ସେମାନଙ୍କ ଭବିଷ୍ୟତକୁ ବିଗାଡ଼ିଦେଲା।

ପ୍ରଦୀପ ନାୟକଙ୍କ ରିପୋର୍ଟ, ନକ୍ଷତ୍ର ନ୍ୟୁଜ୍..।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *