ହାତରେ ହେଣ୍ଡକପ ସତ୍ୱେ ଥାନାରୁ ଫେରାର ହୋଇ ଯାଇଛନ୍ତି ଦୁଇ କଏଦୀ

Spread the love

ଥାନା ହାଜତରୁ କଏଦୀ ଚମ୍ପଟ । ହାତରେ ହେଣ୍ଡକପ ପଡିଥିବା ସତ୍ୱେ ଦୁଇ କଏଦୀ ଥାନାରୁ ଫେରାର ହୋଇ ଯାଇଛନ୍ତି । ଅଭିଯୁକ୍ତଙ୍କୁ ଧରିବା ପାଇଁ ନାକେଦମ ଟିଟିଲାଗଡ ପୁଲିସ । ଘଟଣାକୁ ୨୪ ଘଣ୍ଟା ବିତିଯାଇଥିଲେ ହେ ଫେରାର ଆସାମୀର ଟେର ପାଉନି ପୁଲିସ । ଏଭଳି ଏକ ସମ୍ୱେଦନଶୀଳ ଘଟଣା ଦେଖିବାକୁ ମିଳିଛି ଟିଟିଲାଗଡ ଜିଲ୍ଲା ସଇଁତଳା ବଡମାଲ ଫାଣ୍ଡିରେ ।  ଏକ ମଦ ଭାଟି ମ୍ୟାନେଜର ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଦେଢ଼ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଆଧାର କରି କନ୍ଧମାଳ ଅଞ୍ଚଳ ତୁମୁଡ଼ିବନ୍ଦ ର  ସନ୍ତୋଷ ବଡ଼ସେଟ ଙ୍କୁ ତିନି ଦିନ ତଳେ ଉଠାଇ ଆଣିଥିଲା ସଇଁତଲା ପୋଲିସ । ମାରାଥାନ ଜେରା ପରେ ଅପରାଧ ସ୍ୱୀକାର କରିଥିଲେ ଦୁଇ ଅଭିଯୁକ୍ତ । ହେଲେ ଗୁରୁବାର ସନ୍ଧ୍ୟାରେ ଉଭୟଙ୍କ ହାତରେ ହାତକଡି ପଡିଥିବା ଅବସ୍ଥାରେ ପାଣ୍ଡିରୁ ଫେରାର ହୋଇଯାଇଛନ୍ତି । ସେପଟେ ଫେରାର ଆସାମୀଙ୍କୁ ଧରିବା ଲାଗି ନାକେଦମ ହୋଇଛି ଟିଟିଲାଗଡ ପୁଲିସ । ଏହି ଘଟଣାକୁ କେନ୍ଦ୍ର କରି ବଲାଙ୍ଗୀର ଏସ.ପି. ନିତିନ କୁଳସ୍କର କଡା ଆଭିମୁଖ୍ୟ ବି ଗ୍ରହଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଆସାମୀ ମାନେ ଚମ୍ପଟ ମାରିବା ଘଟଣାକୁ କେନ୍ଦ୍ର କରି ତିନି ଜଣ ପୋଲିସ କନେଷ୍ଟବଳକୁ ନିଲମ୍ବିତ କରିଛନ୍ତି। ନିଲମ୍ୱିତ କନେଷ୍ଟବଳ ସତ୍ୟବାନ ରାଉତ, ଅଶ୍ୱିନୀ ସେଠ ଓ ସୁନୀଲ କୁମାର ମିଞ୍ଚକୁ ଦାଇତ୍ୱ ରେ ଅବହେଳା କରିଥିବା ନେଇ ନିଲମ୍ବିତ କରିଛନ୍ତି।

ଏହା ପୂର୍ବରୁ ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଟିଟିଲାଗଡ଼ ପୋଲିସ ବାରାକ୍‌ରୁ ଫେରାର ମାରିବା ଘଟଣାର ଚର୍ଚ୍ଚା ଥମିନଥିବା ବେଳେ ସଇଁତଲା ଥାନା ଅଧିନସ୍ତ ବଡ଼ମାଲ ଫାଣ୍ଡିରୁ ହେଣ୍ଡକପ୍‌ ଲାଗିଥିବା ଅବସ୍ଥାରେ ଦୁଇ ଜଣ ଆସାମୀ ଫେରାର ମାରିବା ଘଟଣା ପୋଲିସ ପ୍ରଶାସନକୁ ପୁଣି କାଠ ଗଡ଼ାକୁ ଟାଣିଛି ।

Leave a Reply

Your email address will not be published. Required fields are marked *