ରାଇକିଆ ବାରବା ଅଞ୍ଚଳରେ ୧୧ ବାଘ ଶିକାରୀ ଗିରଫ, ବାଘ ଛାଲ, ନଖ ଓ ମାଂସ ଜବତ୍

Spread the love

କନ୍ଧମାଳ : ଜଙ୍ଗଲରେ କଲରାପତରିଆ ବାଘ ଶୀକାର କରି ଛାଲ, ନଖ ବାହାରକରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏହି ଘଟଣା କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ସୂଚନା ପ୍ରକାରେ ବାଦଗଡ଼ ଜଙ୍ଗଲରେ ଜଣେ ବ୍ୟକ୍ତିଙ୍କୁ ବାଘ ଆକ୍ରମଣ କରିଥିବା ଘଟଣା ଗତ ତିନି ତାରିଖରେ ବନବିଭାଗ ଜାଣିବା ପରେ ସମ୍ପୃକ୍ତ ଅଞ୍ଚଳରେ ବନ ବିଭାଗ ପକ୍ଷରୁ ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଭଳି ସ୍ଥିତିରେ ଗତକାଲି ବିଳମ୍ବିତ ରାତିରେ ବାଦଗଡ଼ ଜଙ୍ଗଲରେ ବାଦଗଡ଼ ଗ୍ରାମର ୧୧ ଜଣ ବ୍ୟକ୍ତି ଜଙ୍ଗଲରେ ଏକ କଲରା ପତରିଆ ବାଘ ଶୀକାର କରିବା ପରେ ବାଘର ଛାଲ ଏବଂ ନଖ ବାହାର କରି ମାସଂ ଭାଗ ବାଣ୍ଟିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ବାରବା ଏବଂ ରାଇକିଆ ବନବିଭାଗ ମିଳିତ ଭାବେ ଜଙ୍ଗଲରେ ଚଢ଼ାଉ କରିଥିବାବେଳେ ଘଟଣାସ୍ଥଳରୁ ୧୧ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଆଜି ଫୁଲବାଣୀ ଡିଏଫ୍ଓ ପ୍ରଶାନ୍ତ ପଟେଲ୍ ଓ ଏସଟିଏଫ୍ ଟିମ୍ ରାଇକିଆ ବନାଂଚଳ କାର୍ଯ୍ୟାଳୟରେ ପହଁଚି ଯାଂଚ କରିବା ପରେ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଛି ବନ ବିଭାଗ ।

Leave a Reply

Your email address will not be published. Required fields are marked *