ବର ପିନ୍ଧିଥିଲା ୧୪ଲକ୍ଷ ୫୦ହଜାର ଟଙ୍କାର ବରମାଳା। କିନ୍ତୁ ହତିଆର ଦେଖାଇ ଏହାକୁ ଲୁଟିନେଲେ ଦୁର୍ବୃତ୍ତ। ରାଜସ୍ଥାନର ଭିଓ୍ୱାଡ଼ିରେ ଚାଲିଥିଲା ବିବାହ ସମାରୋହ। ଆଉ ବର ପିନ୍ଧିଥିଲେ ୧୪ଲକ୍ଷ୫୦ ହଜାର ଟଙ୍କାର ବରମାଳା। ହରିଆଣାରୁ ଭଡ଼ାରେ ମଗାଯାଇଥିଲା ଏହି ମହଙ୍ଗା ମାଳ। ଏହି ମାଳାକୁ ଯୁବକ ଜଣକ ବାଇକରେ ନେଇକି ଯାଉଥିଲେ। କିନ୍ତୁ ବାଇକ କୁ କ୍ରେଟା କାରରେ ଆସି ଧକ୍କା ଦେଇଥିଲେ ଦୁର୍ବୃତ୍ତ। ଆଉ ଲୁଟିନେଲେ ମାଳା। ଏହାକୁ ବିରୋଧ କରିବାରୁ ନିସ୍ତୁକ ପିଟିଥିଲେ ବଦମାସ। ପୁଲିସ ମାମଲା ରୁଜୁ କରି ଏହାର ତଦନ୍ତ କରିଛି। ଅଲଓ୍ୱରରେ ଅମିର ନାମକ ଯୁୁବକର ବିବାହ ହେଉଥିଲା। ସମସୁଦ୍ଦିନ ନାମକ ବ୍ୟକ୍ତିଙ୍କ ପାଖରୁ ହରିଆଣାରୁ ଏହି ଦାମୀ ମାଳ ଭଡ଼ାରେ ଆଣିଥିଲା। ଏହି ମାଳାର ଚର୍ଚ୍ଚା ପୁରା ଗାଁରେ ହୋଇଥିଲା। ବିବାହ ସରିବା ପରେ ଏହି ମାଳାକୁ ମାଲିକ ନେଇକି ଫେରୁଥିଲେ। ଆଉ ବାଟରେ ବଦମାସ ତାକୁ ଆକ୍ରମଣ କରି ଏହାକୁ ଲୁଟିନେଲେ। ଭିଓ୍ୱାଡ଼ି ଏସପିଙ୍କ ସମେତ ବରିଷ୍ଠ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now