୩୦ ମାସରେ ୨୫ଥର ମାଆ ହେଲେ ମହିଳା!

୩୦ ମାସରେ ୨୫ଥର ଗର୍ଭବତୀ। ୫ ଥର ବନ୍ଧ୍ୟାକରଣ କରିଥିଲେ ସୁଦ୍ଧା ଗର୍ଭବତୀ ହୋଇଚାଲିଲେ। ଏମିତି ଅଜବ ଘଟଣା ଆସିଛି ଆଗ୍ରାରୁ। ଆଗ୍ରାର ଫତେହାବାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ଗଲା ଅଢ଼େଇ ବର୍ଷ ଭିତରେ ୨୫ଥର ମା ହୋଇଛନ୍ତି। ୫ ଥର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସତ୍ତ୍ୱେ ଏଥିରେ ଲଗାମ ଲାଗିଲାନି। ଜନନୀ ସୁରକ୍ଷା ଯୋଜନା ଓ ମହିଳା ବନ୍ଧ୍ୟାକରଣ ପ୍ରୋତ୍ସାହନ ଯୋଜନାରେ କେତେବଡ଼ କେଳେଙ୍କାରୀ ହୋଇଛି। ଏ ଘଟଣା ତାହାର ଜ୍ୱଳନ୍ତ ଉଦାହରଣ ସାଜିଛି। ବନ୍ଧ୍ୟାକରଣ ଯୋଜନାରେ ପ୍ରୋତ୍ସାହନ ରାଶି ଭାବେ ରାଜ୍ୟ ସରକାର ୨ହଜାର ଟଙ୍କା ମିଳେ। ଆଉ ଆଶା ଦିଦିଙ୍କୁ ୩ଶହ ଟଙ୍କା ମିଳିଥାଏ। ଏ ପୁରା ଅର୍ଥ ମହିଳାଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ଭିତରେ ଟ୍ରାନ୍ସଫର କରିଦିଆଯାଏ। ଏହି ଯୋଜନା ନାଁରେ ଜଣେ ମହିଳାଙ୍କ ନାଁରେ ବାରମ୍ୱାର ଜାଲିଆତି ହୋଇଛି। ଜଣେ ମହିଳାଙ୍କୁ ବାରମ୍ୱାର ଗର୍ଭବତୀ ସହ ୫ ଥର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ହେଲାଣି ବୋଲି ଦର୍ଶାଇ ସେ ବାବଦ ପ୍ରାୟ ୪୫ହଜାର ଟଙ୍କା ବାଟମାରଣା କରିଦିଆଯାଇଥିଲା। ଆଗ୍ରାରେ ପ୍ରେଗନାନ୍ସି ସ୍କାମକୁ ନେଇ ଏବେ ସବୁଠି ହଇଚଇ। ପ୍ରଶାସନ ବି ଏହାକୁ ଗୁରୁତ୍ୱର ସହ ନେଇ ଏହାର ତଦନ୍ତ ଆରମ୍ଭ କରିଛି। ଯେଉଁମାନେ ପୁରା କେଳେଙ୍କାରୀରେୈ ସଂପୃକ୍ତ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ନିର୍ଦେଶ ଦିଆଯାଇଛି। ତେବେ ଏ ଘଟଣା ସେତେବେଳେ ସାମ୍ନାକୁ ଆସିଲା, ଯେତେବେଳେ ଫତେହାବାଦ ସିଏଚସିର ନିୟମିତ ଅଡିଟ୍ କରାଗଲା। ଅଡିଟ୍ ଟିମ୍ ଦସ୍ତାବିଜ୍ ଯାଞ୍ଚ କରି ଏହି ଗଡ଼ବଡ଼ି ଧରିଥିଲେ। ଆଗ୍ରା ସିଏମଓ ଡାକ୍ତର ଅରୁଣ ଶ୍ରୀବାସ୍ତବ କହିଛନ୍ତି, ଏହା ଗମ୍ଭୀର ମାମଲା। ତଦନ୍ତ ହେବ କି, ଏହା ବୈଷୟିକ ତୃଟି ନା କର୍ମଚାରୀଙ୍କ ମିଲିଭଗତରୁ ଘୋଟାଲା ହୋଇଛି। ଯିଏ ବି ଦୋଷୀ, କାହାକୁ ଛଡ଼ାଯିବନି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *