ପୂର୍ବ ଶତ୍ରୁତାରୁ ବୋମାମାଡ଼, ୩ ଆହତ

Spread the love

ଖୋର୍ଦ୍ଧା : ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଚୋରି, ରାହାଯାନି, ଅରାଜକତା, ହିଂସା, ବୋମା ଫୁଟା, ଗୁଳିକାଣ୍ଡ ଘଟଣା । ଏପରିକି ସର୍ବ ସମ୍ମୁଖରେ ବିଚ୍ ବଜାର ଉପରେ ଗୋଡାଇ ଗୋଡାଇ ହାଣିବା ଭଳି ଜଘନ୍ୟ ଅପରାଧ ଥମିବାର ନାଁ ଧରୁନି । ବିଗତ ୬ଦିନ ମଧ୍ୟରେ ଜିଲ୍ଲାରେ ଘଟିଗଲାଣି ଅନେକ ଘଟଣା । ଏଭଳି ଘଟଣାରେ ଜଣେ ପ୍ରାଣ ହରାଇବା ସହ ୨ଜଣ ଗୁରୁତର ଓ ୩ଜଣ ଆହାତ ହୋଇ ବର୍ତର୍ମାନ ସୁଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତେଣୁ ଜିଲାରେ ଏଭଳି ଘଟଣା କୁ ରୋକିବାରେ ପୋଲିସ ବିଭାଗ ବିଫଳ ହୋଇଛି ।

ସୂଚନା ମୁତାବକ ବେଗୁନିଆ ବ୍ଲକ ଅନ୍ତର୍ଗତ ଦେଉଳି ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ମହେଶ୍ୱର ବଳିୟାରସିଂ ଙ୍କ ପରିବାର ଉପରକୁ ଦୁର୍ବୁତଙ୍କ ଦ୍ୱାରା ବୋମା ମାଡ ହୋଇଛି । ମହେଶ୍ୱରଙ୍କ ସହ ଦୁଇ ଭାଇ ଜୟକୃଷ୍ଣ ଏବଂ ଦୈତାରି ଗୁରୁତର ଆହାତ ହୋଇ ଖୋର୍ଦ୍ଧା ଜିଲ୍ଲା ମୂଖ୍ୟାଳୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ପରିବାର ପକ୍ଷରୁ ବେଗୁନିଆ ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ବର୍ତମାନ ପର୍ଯ୍ୟନ୍ତ ପୋଲିସ ହାତ ଖାଲି । ଘଟଣାକୁ କେନ୍ଦ୍ର କରି ଗ୍ରାମରେ ଉତେଜନା ଲାଗି ରହିଥିବାବେଳେ ବେଗୁନିଆ ପୋଲିସ ପହଂଚି ପରିସ୍ଥିତିକୁ ଆୟତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *