ଚନ୍ଦନ କାଠ ଚୋରି ମାମଲାରେ ୪ ଗିରଫ

Spread the love

ଜୟପୁର : ଚନ୍ଦନ କାଠ ଚୋରି ମାମଲାରେ ୪ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଦାମାପୁଟର ପରଜାଗୁଡା ସାହିର ରାମ ଦାସ ପରଜା (୨୭), ମୁଲାସରର ରଘୁ ନାଥ ଭୁମିଆ (୫୨) , ସୁନାଧର ଭୁମିଆ (୩୫) ସ୍ୟାମ ଜାନି (୩୨ ) ପୋଲିସ ସୁଚନା ଅନୁଯାଇ ଆଇନଜୀବି ବଳରାମ ଖରା ଜୟପୁର ସଦର ପୋଲିସ ରେ ଅଭିଯୋଗ କରିଥିଲେ ଯେ ଦାମାପୁଟ ସ୍ଥିତ ଫାର୍ମ ହାଉସରେ ଥିବା ଚନ୍ଦନ ଗଛକୁ କାଟିବା ବେଳେ ଆଖ ପାଖ ଲୋକ ଜାଣିଥିଲେ । ଜଗୁଆଳି ଉଠି ଗୋଡାଇବାରୁ ଅଭିଯୁକ୍ତ ମାନେ ୨ଟି ଚନ୍ଦନ ଗଛ ଧରି ଚମ୍ପଟ ମାରିଥିଲେ । ଏନେଇ ପୋଲିସ ଅଭିଯୋଗ କୁ ଭିତି କରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତରେ ଜାଣି ପୋଲିସ ୪ ଅଭିଯୁକ୍ତ କୁ ଗିରଫ କରି ଚୋରି ହୋଇଥିବା ଚନ୍ଦନ କାଠକୁ ଜବତ କରିଛି । ୪ ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୁଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *