ଟ୍ରାକ୍ଟର ସହିତ ୫ ଖଣ୍ଡ ବିଭିନ୍ନ କାଠ ଜବତ

Spread the love

ବଲାଙ୍ଗିର, ୧୫ ମଇ (ହି.ସ.)- ଗତକାଲି ଅପରାହ୍ନରେ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ପାଇବା ପରେ ବଲାଙ୍ଗିର ରେଞ୍ଜ ର କର୍ମଚାରୀମାନେ ୧୦୯.୫୦ ଘନଫୁଟ ମାପର ୮ଟି ନିମ୍ବ, ଜାମୁନ୍‌, ତେନ୍ତୁଳି ଏବଂ ଖିନ୍ ଗଣ୍ଡି ଧାରଣ କରିଥିବା ଏକ ଟ୍ରାକ୍ଟର ଏବଂ ଏକ ବାଇକକୁ ସୁନ୍ଦରୀଭନା ଗ୍ରାମ ନିକଟରେ ଜବତ କରିଥିଲେ । ଦୁଇ ଅଭିଯୁକ୍ତ ଦେବରାଜ ଥାନପତି ଏବଂ ଶ୍ରୀ ଦ୍ୱିତିକୃଷ୍ଣ ଥାନପତିଙ୍କୁ ଗିରଫ କରାଯାଇଥିଲା । ଜବତ ସାମଗ୍ରୀକୁ ରେଞ୍ଜ ଅଫିସ୍ କ୍ୟାମ୍ପସକୁ ଅଣାଯାଇଥିଲା । ଏନେଇ ଅଧିକ ଅନୁସନ୍ଧାନ ଜାରି ରହିଛି ।

ଫରେଷ୍ଟର ବ୍ୟାସଦେବ ସାହୁ, ଫରେଷ୍ଟ ଗାର୍ଡ ଅଶୋକ ସେଠ, ଫରେଷ୍ଟ ଗାର୍ଡ ରଞ୍ଜିତ କୁମ୍ଭାର ଏବଂ ବଲାଙ୍ଗିର ରେଞ୍ଜ ର ପାରା ଷ୍ଟାଫ୍ ଏହି ଚଢଉରେ ସାମିଲ ଥିଲେ । ଡେପୁଟି ରେଞ୍ଜର ସୁନୀଲ କୁମାର ମିଶ୍ର, ରେଞ୍ଜ ଅଧିକାରୀ କେଶବ କିଶୋର ନାୟକ ଏହାର ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *